ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଶାନ୍ତି ବୋର୍ଡ଼କୁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ସୋମବାର କ୍ରେମଲିନ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାପୂର୍ବରୁ ଭାରତକୁ ମଧ୍ୟ ସମାନ ପ୍ରକାର ନିମନ୍ତ୍ରଣ ମିଳିଥିଲା। ଗାଜା ଶାନ୍ତି ବୋର୍ଡ଼ ଗାଜାରେ ଶାସନ ତଥା ପୁନଃ ନିର୍ମାଣ କାର୍ଯ୍ୟର ତଦାରଖ କରିବ। କ୍ରେମଲିନର ପ୍ରବକ୍ତା ଡିମିତ୍ରି ପେସ୍‌କଭ୍‌ ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି ଯେ, ପ୍ରସ୍ତାବର ସମସ୍ତ ଦିଗ ଉପରେ ରୁଷ୍‌ ବିଚାର କରିବ। ଟ୍ରମ୍ପଙ୍କ ପକ୍ଷରୁ ରାଜନେତା, କୂଟନୀତିଜ୍ଞ ଓ ଶିଳ୍ପପତିଙ୍କୁ ଗାଜା ଶାନ୍ତି ବୋର୍ଡ଼ର ସଦସ୍ୟ ହେବାକୁ ନିମନ୍ତ୍ରଣ କରିଛନ୍ତି। ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ସର୍ଗିଅ ଗୋର୍‌ଙ୍କ ସୂଚନା ଅନୁଯାୟୀ ମୋଦୀଙ୍କୁ ଜାନୁଆରି ୧୬ ତାରିଖରେ ଗାଜା ଶାନ୍ତି ବୋର୍ଡ଼ ସଦସ୍ୟ ହେବାକୁ ନିମନ୍ତ୍ରଣ ମିଳିଥିଲା।

Advertisment