ପ୍ରଥମ ଭାରତୀୟ ଭାବେ ବିଶ୍ୱ ସିରିଜ୍‌ ଟାଇଟଲ୍‌ ଜିଣି ଇତିହାସ ରଚିଲେ ପିଭି ସିନ୍ଧୁ

ନୂଆଦିଲ୍ଳୀ: ରବିବାର ଦିନ ଚୀନ୍‌ର ଗୁଆଞ୍ଝୌ ଠାରେ ପ୍ରଥମ ଭାରତୀୟ ଭାବେ ବିଡବ୍ଲ୍‌ୁଏଫ୍‌ ଓ୍ଵାର୍ଲଡ୍‌ ଟୁର୍‌ ଫାଇନାଲ୍‌ସ୍‌ ଟାଇଟଲ୍‌ ଜିଣି ଇତିହାସ ସୃଷ୍ଟି କରିଛନ୍ତି ପିଭି ସିନ୍ଧୁ। ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଜାପାନର ନୋଜୋମି ଓକୁହରାଙ୍କୁ ୨୧-୧୯, ୨୧-୧୭ରେ ଷ୍ଟ୍ରେଟ୍‌ ସେଟ୍‌ରେ ପରାଜିତ କରି ବିଜୟିନୀ ହୋଇଛନ୍ତି।

ଶନିବାର ଦିନ ସେମିଫାଇନାଲ୍‌ରେ ଜିଣିବା ପରେ ଆଜି ନିଜ କ୍ୟାରିୟରର୍‌ ୩୦୦ତମ ଗେମ୍‌ରେ ସ୍ୱର୍ଣ୍ଣପଦକ ଜିଣିଛନ୍ତି ୨୩ ବର୍ଷୀୟ ସିନ୍ଧୁ।

ଅଧଘଣ୍ଟାରୁ ସାମାନ୍ୟ ଅଧିକ ସମୟ ଧରି ଚାଲିଥିବା ଉଇମେନ୍‌ସ୍‌ ସିଙ୍ଗଲ୍‌ସ୍‌ର ଚୂଡ଼ାନ୍ତ ପର୍ଯ୍ୟାୟର ପ୍ରଥମ ଗେମ୍‌ରେ ୩ଟି ମ୍ୟାଚ୍‌ ପଏଣ୍ଟ୍‌ ପାଇଥିବା ବେଳେ ଓକୁହରା ଦୁଇଟି ପଏଣ୍ଟ୍‌ ପାଇଥିଲେ। କିନ୍ତୁ, ନିଜର ଟାଣପଣ ପ୍ରର୍ଦଶନ କରି ଶେଷ ଗୋଟିରେ ବିଜୟିନୀ ହୋଇଥିଲେ ସିନ୍ଧୁ। ଦ୍ୱିତୀୟ ଗେମ୍‌ରେ ମଧ୍ୟ ପିଭି ସିନ୍ଧୁ ପାଇଥିଲେ ୩ଟି ପଏଣ୍ଟ୍‌।

ସମ୍ବନ୍ଧିତ ଖବର