ଯାଜପୁର: ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ତେନ୍ତୁଲିଖୁଣ୍ଟା ଗାଁ  ନିକଟରେ ଥିବା ହୁଣ୍ଡାଇ କାର ସୋରୁମ ନିକଟରେ କାର ଭିତରୁ ୭ ଫୁଟର ଅଜଗର ଉଦ୍ଧାର, ଅଳ୍ପକେ ବର୍ତ୍ତିଲେ କାର ଚାଳକ l ଜନୈକ ବ୍ୟକ୍ତି ନିଜ କାରକୁ ଚଳାଉଥିବା ସମୟରେ ହଠାତ ସାପ ଥିବା ଜାଣିବାକୁ ପାଇଲେ । ତୁରନ୍ତ ସେ ନିକଟସ୍ଥ ହୁଣ୍ଡାଇ କାର ସୋରୁମକୁ ନେଇକି ଆସିଥିଲେ l ତେବେ କାରକୁ ରଖିବା ପରେ ଡେ଼କ୍ସ ବୋର୍ଡ ନିକଟରେ ଏକ ସାପ ଥିବା ଦେଖିବାକୁ ପାଇଥିଲେ l

Advertisment

 ଏଥିସହିତ ସାପକୁ ଧରିବା ପାଇଁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମଣିଭଦ୍ର ମଲ୍ଲିକକୁ ଫୋନ କଲ କରି ଡାକିଥିଲେ l ଫୋନ କଲ ପାଇ ମଣିଭଦ୍ର ନିଜ ସାଥୀଙ୍କୁ ଧରି ତୁରନ୍ତ ଘଟଣା ସ୍ଥଳରେ ପହଂଚିଥିଲେ l ତେବେ ମଣିଭଦ୍ର ପହଂଚିବା ପରେ ସାପକୁ ଧରିବାକୁ ଚେଷ୍ଟା କରିଥିଲେ l ସେପଟେ ସାପଟି ହଠାତ ଗାଡ଼ିର ଏସି ଚାମ୍ବର ଭିତରେ ପଶିଯାଇଥିଲା l ତେବେ ସୋରୁମ କର୍ମଚାରୀ ଓ ସ୍ନେକ ହେଲ୍ପ ଲାଇନ ସଦସ୍ୟମାନେ ଦୀର୍ଘ ୪ ରୁ ୫ ଘଣ୍ଟା ଚେଷ୍ଟା କରିବା ପରେ ସାପକୁ ଗାଡ଼ିରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ l

ତେବେ ଅଜଗର ସାପକୁ ଉଦ୍ଧାର କରିବା ପରେ ବନ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ ସ୍ଥାନୀୟ ଜଙ୍ଗଲରେ ଛାଡି ଦେଇଥିବା ସୂଚନା ମିଳିଛି l ସେପଟେ ସାପକୁ ଦେଖିବା ପାଇଁ ସ୍ଥାନୀୟ ଲୋକେ ଭିଡ ଜମେଇଥିଲେ | ବର୍ତ୍ତମାନ ବର୍ଷା ଦିନ ଥିବାରୁ ସତର୍କତା ଅବଲମ୍ବନ କରିବାପାଇଁ ସ୍ନେକ ହେଲ୍ପଲାଇନ ସଦସ୍ୟ ମଣିଭଦ୍ର ମଲ୍ଲିକ ଅନୁରୋଧ କରିଛନ୍ତି ।