କଟକ: ବଡମ୍ବା ପେଟ୍ରୋଲ ପମ୍ପ ନିକଟରେ ବୁଧବାର ଏକ ବଡ଼ଧରଣର ଲୁଟ ହୋଇଥିବା ଅଭିଯୋଗ ହୋଇଛି। ପଲ୍ସର ବାଇକ୍ରେ ଆସି ଲୁଟେରାମାନେ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା କଟକ ଜିଲ୍ଲାର ବଡମ୍ବା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବଡ଼ବାରସିଂହ ଗାଁର ଜଣେ ଲୋକ ଏହି ଲୁଟ୍ର ଶିକାର ହୋଇଛନ୍ତି। ଲୁଟ ପରେ ଲୁଟେରାମାନେ ଘଟଣାସ୍ଥଳରୁ ହଠାତ ଦ୍ରୁତ ଗତିରେ ପଳାୟନ କରିଛନ୍ତି। ଏତଲା ପରେ ମାମଲା ରୁଜୁ କରି ପୁଲିସ ଛାନ୍ଭିନ୍ ଆରମ୍ଭ କରିଛି।
୨ ଲକ୍ଷ ଟଙ୍କା ଲୁଟ ଅଭିଯୋଗ
/sambad/media/post_attachments/wp-content/uploads/2019/05/loot-4.jpg)