ମୁମ୍ବାଇ: ବରିଷ୍ଠ କଂଗ୍ରେସ ନେତା ତଥା ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳୀୟ ନେତା ରାଧାକ୍ରିଷ୍ଣା ଭିକେ ପାଟିଲ୍ ଦଳରୁ ଇସ୍ତଫା ଦେଇଛନ୍ତି। ରାଧାକ୍ରିଷ୍ଣାଙ୍କ ପୁଅ ବିଜେପିରେ ଯୋଗ ଦେବା ପରେ ପରେ ହିଁ ରାଧାକ୍ରିଷ୍ଣା ଇସ୍ତଫା ଦେଇଥିବା ଦେଖିବାକୁ ମିଳିଛି।
ମଙ୍ଗଳବାର ଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ରାଧାକ୍ରିଷ୍ଣା ଭିକେ ପାଟିଲ୍ ନିଜର ଇସ୍ତଫା ପତ୍ର ଦେଇଛନ୍ତି। ଭିକେ ପାଟିଏ୍ ଆହୁରି ବି କହିଛନ୍ତି ଯେ ଅହମ୍ମଦାବାଦ୍ରେ ସେ ତାଙ୍କ ପୁଅ ବିରୋଧରେ ନିର୍ବାଚନ ପ୍ରଚାର କରିପାରିବେ ନାହିଁ।
ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସ ବିରୋଧରେ ବିଜେପି-ଶିବସେନା ମିଳିତ ଭାବେ ନିର୍ବାଚନ ଲଢ଼ିବାକୁ ଥିବା ବେଳେ ରାଧାକ୍ରିଷ୍ଣା ଭିକେ ପାଟିଲଙ୍କର ଏପରି ଇସ୍ତଫା ଦେବା ଘଟଣା କଂଗ୍ରେସକୁ ଶକ୍ତ ଧକ୍କା ଦେଇଛି।
ରାଧାକ୍ରିଷ୍ଣା ଭିକେ ପାଟିଲଙ୍କ ପୁଅ ସୁଜୟ ଭିକେ ପାଟିଲ୍ ମାର୍ଚ ୧୨ ତାରିଖରେ ବିଜେପିରେ ଯୋଗ ଦେଇଛନ୍ତି। ସେ ତାଙ୍କ ପସନ୍ଦର ଅହମ୍ମଦାବାଦ୍ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଆଶାୟୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ସୁଜୟ ଭିକେ ପାଟିଲ୍ ବୃତ୍ତିରେ ଜଣେ ନ୍ୟୁରୋସର୍ଜନ।