ସମ୍ବଲପୁର: ଓଡ଼ିଶା ମେଡିକାଲ୍ କଲେଜ୍ ଅଫ୍ ହୋମିଓପ୍ୟାଥି ଆଣ୍ଡ ରିସର୍ଚ୍ଚରେ ରାଗିଂ ଅଭିଯୋଗ ଆସିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ଏନେଇ କଲେଜ ଆଣ୍ଟି ରାଗିଂ ସେଲ ପକ୍ଷରୁ ତଦନ୍ତ ଜାରି ରହିଛି।
ମିଳିଥିବା ସୂଚନା ଅନୁଯାୟୀ, କେତେକ ଜୁନିଅର୍ ଛାତ୍ରୀ ସିନି୍ଅର ଛାତ୍ରୀଙ୍କ ବିରୋଧରେ ରାଗିଂ ଅଭିଯୋଗ ଆଣିଛନ୍ତି। ଗତ ୧ତାରିଖରେ ଏନେଇ ଦିଲ୍ଲୀର ନ୍ୟାସନାଲ ଆଣ୍ଟି ରାଗିଂ ସେଲରେ ଅଭିଯୋଗ ହୋଇଥିଲା। ଅଭିଯୋଗ ମିଳିବା ପରେ କଲେଜ ଆଣ୍ଟି ରାଗିଂ ସେଲ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ଅପରପକ୍ଷରେ କୁହାଯାଉଛି ଯେ ଗତ ମାର୍ଚ୍ଚ ୩୧ତାରିଖରେ ୨ ଗୋଷ୍ଠୀ ଛାତ୍ରୀଙ୍କ ମଧ୍ୟରେ ହଷ୍ଟେଲରେ ଭଲ ମାନର ଖାଦ୍ୟ ପରିବେଷଣ ହେଉ ନଥିବାକୁ ନେଇ ବିବାଦ ଦେଖାଦେଇ ଥିଲା। ଏସଂପର୍କରେ ପ୍ରଥମେ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ଓ ପରେ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା । ଏହି ଘଟଣାକୁ ‘ରାଗିଂ’ ବୋଲି କୁହାଯାଉଛି।
ସମ୍ବଲପୁର: ଓଡ଼ିଶା ମେଡିକାଲ୍ କଲେଜ୍ ଅଫ୍ ହୋମିଓପ୍ୟାଥି ଆଣ୍ଡ ରିସର୍ଚ୍ଚରେ ରାଗିଂ ଅଭିଯୋଗ, କଲେଜର ଆଣ୍ଟି ରାଗିଂ ସେଲ ପକ୍ଷରୁ ତଦନ୍ତ
/sambad/media/post_attachments/wp-content/uploads/2021/04/homeo.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)