ଚିକିତ୍ସା ପାଇଁ ବ୍ରିଟେନରେ ଅଛନ୍ତି ରାଘବ; ଅନୁପସ୍ଥିତିକୁ ନେଇ ବିରୋଧୀ ଟାର୍ଗେଟ କରିବାରୁ ଏଭଳି କହିଲା ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହେବା ଦିନଠାରୁ ବିରୋଧୀ ଦଳ ଆପ୍ ସାଂସଦ ରାଘବ ଚଢ଼ାଙ୍କ ଅନୁପସ୍ଥିତିକୁ ନେଇ ଦଳକୁ ଟାର୍ଗେଟ କରିଆସୁଛନ୍ତି। ବାରମ୍ବାର ରାଘବଙ୍କୁ ଟାର୍ଗେଟ କରାଯାଉଥିବା ବେଳେ ଏବେ ଆପ୍ ନେତା ତଥା ମନ୍ତ୍ରୀ ସୌରଭ ଭରଦ୍ୱାଜ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଚିକିତ୍ସା ପାଇଁ ରାଘବ ବ୍ରିଟେନରେ ଅଛନ୍ତି।

ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ସାକ୍ଷାତକାର ଦେଇ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି ଯେ, ‘ରାଘବଙ୍କ ଆଖିରେ କିଛି ସମସ୍ୟା ରହିଛି, ଯାହାର ଚିକିତ୍ସା ପାଇଁ ସେ ବ୍ରିଟେନରେ ଅଛନ୍ତି। ମୋତେ ଯାହା ସୂଚନା ଦିଆଯାଇଛି, ସେ ଅନୁସାରେ ରାଘବ ଏକ ଗୁରୁତର ରୋଗରେ ଆକ୍ରାନ୍ତ ହୋଇଥିଲେ, ଯାହାଦ୍ବାରା ତାଙ୍କର ଦୃଷ୍ଟିଶକ୍ତି ଯିବାର ଆଶଙ୍କା ଥିଲା। ସେଥିପାଇଁ ସେ ଚିକିତ୍ସା ପାଇଁ ସେଠାକୁ ଯାଇଛନ୍ତି। ମୋର ଶୁଭେଚ୍ଛା ତାଙ୍କ ସହିତ ଅଛି। ସେ ଶୀଘ୍ର ସୁସ୍ଥ ହୋଇ ଆମର ରାଜନୈତିକ ଅଭିଯାନରେ ଯୋଗଦେବେ।

ସମ୍ବନ୍ଧିତ ଖବର