ରାଉରକେଲା: ରେଳଷ୍ଟେସନରେ ବର୍ଦ୍ଧିତ ପାର୍କିଂ ଫିକୁ ନେଇ ବାରମ୍ବାର ଅଭିଯୋଗ ହେବାପରେ ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଘଟଣାର ହସ୍ତକ୍ଷେପ କରିଛନ୍ତି। ବିଧାୟକ ଶ୍ରୀ ତନ୍ତୀ ଷ୍ଟେସନ ମ୍ୟାନେଜର ଲକ୍ଷ୍ମୀଧର ତ୍ରିପାଠୀ, ଏସିଏମ୍ ରାଜେଶ କୁମାର ବର୍ଣ୍ଣୱାଲ, ସିଆଇ ଜିତେନ୍ଦ୍ର କୁମାର ପ୍ରଧାନ, ଆର୍ପିଏଫ୍ ଓ ରେଳବାଇ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ନିଜ ସମ୍ପର୍କୀୟମାନଙ୍କୁ ଛାଡିବାକୁ ଷ୍ଟେସନକୁ ଆସୁଥିବା ଯାତ୍ରୀଙ୍କଠୁ ପାର୍କିଂ ଫି ବାବଦରେ ନିଆଯାଉଥିବା ଅଧିକ ଅର୍ଥକୁ ନେଇ ବିଧାୟକ ପ୍ରଶ୍ନ ଉଠାଇଥିଲେ। ଯାତ୍ରୀଙ୍କୁ ଅଯଥାରେ ଶୋଷଣ ନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। କେବଳ ଯାତ୍ରୀ ନୁହେଁ ଷ୍ଟେସନରେ ପାର୍କିଂ କରୁଥିବା ଅଟୋ, କାର୍ ପାର୍କିଂ ବାବଦରେ ଟଙ୍କା ନ ନେବାକୁ ବିଧାୟକ ପ୍ରସ୍ତାବ ଦେଇଥିଲେ। ମିଳିତ ବୈଠକରେ ବର୍ଦ୍ଧିତ ପାକିଂ ଫି’ ଆଦାୟ ନ କରିବାକୁ ବିଭାଗୀୟ ଅଧିକାରୀ ବିଧାୟକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଆଗାମୀ ଦିନରେ ଏ ଦିଗରେ କୌଣସି ପଦକ୍ଷେପ ନିଆନଗଲେ ରେମଳନ୍ତ୍ରୀ ଓ ଚକ୍ରଧରପୁରମଣ୍ଡଳର ଡିଆର୍ଏମ୍ଙ୍କ କଥା ହେବେ ବୋଲି କହିଛନ୍ତି।
ରେଳଷ୍ଟେସନରେ ବର୍ଦ୍ଧିତ ପାର୍କିଂ ଫିକୁ ନେଇ ବାରମ୍ବାର ଅଭିଯୋଗ ହେବାପରେ ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଘଟଣାର ହସ୍ତକ୍ଷେପ କରିଛନ୍ତି। ବିଧାୟକ ଶ୍ରୀ ତନ୍ତୀ ଷ୍ଟେସନ ମ୍ୟାନେଜର ଲକ୍ଷ୍ମୀଧର ତ୍ରିପାଠୀ, ଏସିଏମ୍ ରାଜେଶ କୁମାର ବର୍ଣ୍ଣୱାଲ, ସିଆଇ ଜିତେନ୍ଦ୍ର କୁମାର ପ୍ରଧାନ, ଆର୍ପିଏଫ୍ ଓ ରେଳବାଇ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ନିଜ ସମ୍ପର୍କୀୟମାନଙ୍କୁ ଛାଡିବାକୁ ଷ୍ଟେସନକୁ ଆସୁଥିବା ଯାତ୍ରୀଙ୍କଠୁ ପାର୍କିଂ ଫି ବାବଦରେ ନିଆଯାଉଥିବା ଅଧିକ ଅର୍ଥକୁ ନେଇ ବିଧାୟକ ପ୍ରଶ୍ନ ଉଠାଇଥିଲେ। ଯାତ୍ରୀଙ୍କୁ ଅଯଥାରେ ଶୋଷଣ ନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। କେବଳ ଯାତ୍ରୀ ନୁହେଁ ଷ୍ଟେସନରେ ପାର୍କିଂ କରୁଥିବା ଅଟୋ, କାର୍ ପାର୍କିଂ ବାବଦରେ ଟଙ୍କା ନ ନେବାକୁ ବିଧାୟକ ପ୍ରସ୍ତାବ ଦେଇଥିଲେ। ମିଳିତ ବୈଠକରେ ବର୍ଦ୍ଧିତ ପାକିଂ ଫି’ ଆଦାୟ ନ କରିବାକୁ ବିଭାଗୀୟ ଅଧିକାରୀ ବିଧାୟକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ବୈଠକରେ ବିଜେପି ମୁଖପାତ୍ର ଧୀରେନ ସେନାପତି, ସତ୍ୟ ସାହୁ, ଅଜୟ କଂସାରୀ, ଗଙ୍ଗାଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏବେ ସାଇକଲଟିଏ ୧୨ ଘଣ୍ଟା ରଖିଲେ ୨୪ ଟଙ୍କା, ୨୪ ଘଣ୍ଟା ରଖିଲେ ୩୫ ଟଙ୍କା ଦେବାକୁ ପଡୁଛି। ମାସେ ରଖିଲେ ୩୫୪ ଟଙ୍କା ଦେବାକୁ କୁହାଯାଉଛି। ବାଇକ୍ଟି ରଖିଲେ ୧୨ ଘଣ୍ଟାକୁ ୪୭ ଟଙ୍କା ନିଆଯାଉଛି। ୨୪ ଘଣ୍ଟା ରଖିଲେ ୫୯ ଟଙ୍କା ଦେବାକୁ ପଡୁଛି। ମାସେ ରଖିଲେ ୭୦୮ ଟଙ୍କା ରସିଦ୍ କଟୁଛି। ସେମିତି ଅଟୋ ରିକ୍ସାଟିଏ ୧୨ ଘଣ୍ଟା ଛିଡା ହେଲେ ୭୧ ଟଙ୍କା ନିଆଯାଉଛି। ଦିନକୁ ୨୦୦ରୁ ୩୦୦ ଟଙ୍କା ରୋଜଗାର କରୁଥିବା ଅଟୋ ଚାଳକର ପାର୍କିଂରେ ୭୦ ଟଙ୍କା ଚାଲିଯାଉଛି। କାର୍ଟିଏ ୧୨ ଘଣ୍ଟା ଛିଡା ହେଲେ ଦେବାକୁ ପଡୁଛି ୯୪ ଟଙ୍କା। ମାସେ ଛିଡା ହେଲେ ଦେବାକୁ ପଡିବ ୧ ହଜାର ୭୭୦ ଟଙ୍କା। ଅନେକ ସମୟରେ ପାର୍କିଂ ଦେୟକୁ ନେଇ ଠିକାସଂସ୍ଥା ଓ ଗାଡ଼ି ଚାଳକଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି। ଏମିତି ହାତାହାତି ପର୍ଯ୍ୟନ୍ତ ମଧ୍ୟ କଥା ଯାଉଛି। ମାସକୁ ସାଢ଼େ ୩୦୦ ଟଙ୍କାରୁ ୧୭୭୦ ପାର୍କିଂ ଫି ନିଆଯାଉଥିଲେ ହେଁ ଗାଡିଗୁଡ଼ିକୁ ଖରା, ବର୍ଷାରେ ସଢ଼ୁଛି। ଆଜି ପର୍ଯ୍ୟନ୍ତ ସେଡ୍ଟିଏ ମଧ୍ୟ କରାଯାଉ ନାହିଁ। ଖୋଲା ଆକାଶତଳେ ପାର୍କିଂ କରୁଥିବା ଗାଡ଼ିଗୁଡ଼ିକଠୁ ଅତ୍ୟଧିକ ଫି ନିଆଯାଉଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।