ନିର୍ବାଚନ ୨୦୧୯ : ର‍୍ୟାଲି ସଂଖ୍ୟା ଦୃଷ୍ଟିରୁ ମୋଦିଙ୍କୁ ପଛରେ ପକାଇଲେ ରାହୁଲ

ରାହୁଲ କରିଛନ୍ତି ୧୪୫ଟି ର‍୍ୟାଲି, ମୋଦି ୧୪୨ଟି ର‍୍ୟାଲି

ନୂଆଦିଲ୍ଲୀ : ଗତ ମାର୍ଚ୍ଚ ୧୧ରେ ସାରା ଦେଶରେ ନିର୍ବାଚନ ଆଚରଣବିଧି ଲାଗୁହେବାପରେ ଦେଶରେ ନିର୍ବାଚନୀ ଋତୁ ଆରମ୍ଭ ହୋଇଥିଲା ଯାହାକି ଗତ ୧୯ ତାରିଖରେ ଶେଷ ପର୍ଯ୍ୟାୟ ଭୋଟଗ୍ରହଣ ସହ ଶେଷ ହୋଇଛି । ଏହି ଦୁଇ ମାସରେ ରାଜନୈତିକ ଦଳମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ରାତିଦିନ ପ୍ରଚାରରେ ମାତିଥିଲେ । ବିଭିନ୍ନ ଦଳର ନେତା ପ୍ରବଳ ଖରାକୁ ଖାତିର ନକରି ପ୍ରଚାର କରୁଥିଲେ । ତେବେ ର‍୍ୟାଲି ସଂଖ୍ୟା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଛରେ ପକାଇଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

ରାହୁଲ ମୋଟ ୧୪୫ଟି ର‍୍ୟାଲିରେ ଉଦବୋଧନ ଦେଇଥିବାବେଳେ ମୋଦି ୧୪୨ଟି ର‍୍ୟାଲିରେ ଉଦବୋଧନ ଦେଇଥିଲେ । । ଏହା ମଧ୍ୟରେ ରହିଛି ମୋଦିଙ୍କର ରୋଡଶୋ । ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ଭୁବନେଶ୍ୱର, ସମ୍ବଲପୁର, ସୁନ୍ଦରଗଡ଼, ସୋନପୁର, ଜୟପୁର, କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ର‍୍ୟାଲି କରିଥିଲେ ।
ମୋଦି ବିଜେପିର ମୁଖ୍ୟ ପ୍ରଚାରକ ଥିବାବେଳେ ତାଙ୍କୁ ସହାୟତା କରିଥିଲେ ଅମିତ ଶାହା ଓ ବିଜେପିର ଅନ୍ୟ ନେତା । ସେହିପରି ରାହୁଲ ଗାନ୍ଧିଙ୍କୁ ପ୍ରଚାରରେ ସହାୟତା କରିଥିଲେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ।

ସମ୍ବନ୍ଧିତ ଖବର