ଆମେଥି: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ଉତ୍ତରପ୍ରଦେଶର ଆମେଥିରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆମେଥିରୁ ସେ ୪ର୍ଥ ଥର ପାଇଁ ନାମାଙ୍କନ ଭରିଛନ୍ତି। ନାମାଙ୍କନ ଭରିବା ପୂର୍ବରୁ ସେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଓ ଭିଣୋଇ ରୋବୋର୍ଟ ଭଦ୍ରାଙ୍କ ସହ ମିଶି ଦୁଇ କିଲୋମିଟର ରୋଡ୍‌ ସୋ’ କରିଥିଲେ। ଏମାନଙ୍କ ସହ ୟୁପିଏର ଅଧ୍ୟକ୍ଷା ତଥା ମାଆ ସୋନିଆ ଗାନ୍ଧୀ ମଧ୍ୟ ଉପସ୍ଥିତ ରହିଥିଲେ।

Advertisment

publive-image www.bhaskar.com

ରାହୁଲ ଚଳିତ ନିର୍ବାଚନରେ ଆମେଥି ବ୍ୟତୀତ କେରଳର ଓ୍ଵାୟାନାଡରୁ ମଧ୍ୟ ନିର୍ବାଚନ ଲଢୁଛନ୍ତି। ଏପ୍ରିଲ୍‌ ୪ ତାରିଖରେ ରାହୁଲ ଓ୍ଵାୟାନାଡରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେ ସମୟରେ ବି ଭଉଣୀ ପ୍ରିୟଙ୍କା ତାଙ୍କ ସାଥୀରେ ଦେଖିବାକୁ ମିଳିଥିଲେ।

ଏଥର ଆମେଥିରେ ରାହୁଲଙ୍କୁ ଟକ୍କର ଦେବେ ଭାଜପାର ସ୍ମୃତି ଇରାନୀ। ସ୍ମୃତି ଏପ୍ରିଲ୍‌ ୧୧ରେ ତାଙ୍କର ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ରହିଛି। ୨୦୦୪ ମସିହାରେ ରାହୁଲ ପ୍ରଥମ ଥର ପାଇଁ ଆମେଥିରୁ ଲଢ଼ି ବିଜୟ ଲାଭ କରିଥିଲେ।