ରାହୁଲଙ୍କ ଦଳୀୟ ନେତାଙ୍କ ପୁଅ ସାଜିଲେ ବିରୋଧୀ ଦଳର ପ୍ରାର୍ଥୀ, ମୁଣ୍ଡବିନ୍ଧା ବଢ଼ିଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଭିଆଇପି ଆସନଗୁଡ଼ିକ ମଧ୍ୟରୁ ଆମେଥି ସର୍ବାଧିକ ଚର୍ଚ୍ଚାରେ ରହିଛି। ଏହି ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ର୍ନିବାଚନ ଲଢୁଛନ୍ତି। କିନ୍ତୁ ଆମେଥିରେ କଂଗ୍ରେସକୁ ଏଥର ଶକ୍ତ ଝଟକା ଲାଗିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପ୍ରସ୍ତାବକ ଥିବା ଜଣେ ଟାଣୁଆ କଂଗ୍ରେସ ନେତାଙ୍କ ପୁଅ ଏବେ ରାହୁଲଙ୍କ ବିରୋଧରେ ଆମେଥିରୁ ର୍ନିବାଚନ ଲଢୁଥିବାରୁ କଂଗ୍ରେସର ଚିନ୍ତା ବିଯାଇଛି। ଅନ୍ୟପକ୍ଷେ ଆମେଥିରୁ ବିଜେପି ପ୍ରାର୍ଥୀ ସ୍ମୃତି ଇରାନି ରାହୁଲଙ୍କ ବିରୋଧରେ ର୍ନିବାଚନ ଲଢୁଥିବାରୁ ରାହୁଲଙ୍କୁ ଡବଲ୍‌ ଚ୍ୟାଲେଂଜ ସାମ୍ନା କରିବାକୁ ପଡ଼ିଛି।

କଂଗ୍ରେସର ଏହି ବିରୋଧୀ ପ୍ରାର୍ଥୀଙ୍କୁ ସମାଜବାଦୀ ପାର୍ଟି ନେତାମାନେ ସମର୍ଥନ କରୁଥିବା ଜଣାପଡ଼ିଛି। କଂଗ୍ରେସ ନେତା ହାଜି ସୁଲତାନ ଖାନଙ୍କ ପୁଅ ହାଜି ହରୁନ୍‌ ରଶିଦ୍‌ ରାହୁଲଙ୍କ ବିରୋଧରେ ର୍ନିବାଚନ ଲିଢ଼ିବେ। ତେବେ କଂଗ୍ରେସ ନେତା ହାଜି ସୁଲତାନ୍‌ ଖାନ୍‌ ୧୯୯୧ ସଂସଦୀୟ ର୍ନିବାଚନରେ ରାଜୀବ ଗାନ୍ଧୀ ଏବଂ ୧୯୯୯ରେ ସୋନିଆ ଗାନ୍ଧୀଙ୍କ ନାମାଙ୍କନପତ୍ରରେ ଜଣେ ପ୍ରସ୍ତାବକ ଭାବେ ସ୍ୱାକ୍ଷର କରିଥିଲେ। କିନ୍ତୁ କଂଗ୍ରେସ ଉପରେ ଭୀଷଣ ଭାବେ କ୍ଷୁବ୍ଧ ଥିବା ହାଜି ସୁଲତାନ୍‌ ଖାନଙ୍କ ପୁଅ ରଶିଦ୍‌ କହିଛନ୍ତି, କଂଗ୍ରେସରେ ସେମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ସ୍ଥାନୀୟ ନେତୃତ୍ୱ ପାଇଁ ଏବେ ସମଗ୍ର ସମ୍ପ୍ରଦାୟ ଅବହେଳିତ। ତେଣୁ ଲୋକମାନଙ୍କର ମଙ୍ଗଳ ଏବଂ ଅଞ୍ଚଳର ବିକାଶ ପାଇଁ ସେ ରାହୁଲଙ୍କ ବିରୋଧରେ ର୍ନିବାଚନ ମଇଦାନକୁ ଓହ୍ଲାଇଛନ୍ତି। ଆମେଥି। ର୍ନିବାଚନମଣ୍ଡଳୀରେ ୬.୫ ଲକ୍ଷ ମୁସଲିମ୍‌ ଭୋଟର ଅଛନ୍ତି ଏବଂ ସମସ୍ତେ କଂଗ୍ରେସ ବିରୋଧରେ ଭୋଟ୍‌ ଦେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର