କର୍ଣ୍ଣାଟକ ନାଟକ : ରାହୁଲ ସୋନିଆଙ୍କ ଶରଣ ପସିଲେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ

ନୂଆଦିଲ୍ଲୀ : କର୍ଣ୍ଣାଟକରେ ରାଜନୈତିକ ନାଟକର ଅବସାନ ହୋଇନାହିଁ । ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ଉପରେ ଡେମୋକ୍ଲିସ ଖଣ୍ଡା ଝୁଲୁଛି । ବିଶେଷକରି କଂଗ୍ରେସ ଶିବିରରେ ଚାଲିଥିବା ଗୋଷ୍ଠୀକନ୍ଦଳ ଯେ କେବେ ଉଗ୍ର ରୂପ ନେବ ତାହା ତାଙ୍କୁ ବେଶ ଚିନ୍ତାରେ ପକାଇଦେଇଛି । ଏଥିପାଇଁ ସେ ଗତକାଲି ତାଙ୍କ ସରକାରର ୧୦୦ ଦିନ ପୂରଣ ପାଳନ ଉପଲକ୍ଷେ ଦିଲ୍ଲୀ ଦୌଡିଯାଇ ସୋନିଆ ଓ ରାହୁଲଙ୍କ ଶରଣ ପଶିଛନ୍ତି । ରାହୁଲ ତାଙ୍କୁ ନିଃସର୍ତ୍ତ ସମର୍ଥନ ଦେବାକୁ ପ୍ରତିଶୃତି ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କ ଏକ ବକ୍ତବ୍ୟକୁ ନେଇ ପୁଣି ଅଙ୍କକଷା ଆରମ୍ଭ ହୋଇଯାଇଛି । ସିଦ୍ଧରାମାୟା କହିଛନ୍ତି ଯେ ତାଙ୍କର ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାର ଆଶା ରହିଛି ଓ ସେ ନିଶ୍ଚିତ ମୁଖ୍ୟମନ୍ତ୍ରୀ ହେବେ । ନିର୍ବାଚନ ପରେ ତାଙ୍କ ବିରୋଧୀମାନଙ୍କ ଚକ୍ରାନ୍ତ ଯୋଗୁଁ ସେ ହୋଇପାରିନଥିଲେ । କିନ୍ତୁ ସବୁକିଛି ଶେଷହୋଇଯାଇନାହିଁ, ସେ ପୁଣି ଶୀର୍ଷକୁ ଫେରିବେ । କର୍ଣ୍ଣାଟକ କଂଗ୍ରେସରେ ଏବେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଳ କଷାକଷି ଚାଲିଛି । ଏହି ଦୁଇ ଗୋଷ୍ଠୀ ହେଉଛନ୍ତି ସିଦ୍ଧରାମାୟା ଓ ତାଙ୍କ ଅନୁଗତ ଏବଂ ଅନ୍ୟ ଗୋଷ୍ଠୀଟି ହେଉଛି ନବ ନିଯୁକ୍ତ ଉପ-ମୁଖ୍ୟମନ୍ତ୍ରୀ ଜି.ପରମେଶ୍ୱର ଓ ତାଙ୍କ ଅନୁଗତ ।

ସମ୍ବନ୍ଧିତ ଖବର