ପଶ୍ଚିମବଙ୍ଗର ମାଲଦାରେ ରାହୁଲ ଗାନ୍ଧୀଙ୍କ ସଭାରେ ବ୍ୟାପକ ବିଶୃଙ୍ଖଳା, ଲୋକେ ଚେୟାର ଫିଙ୍ଗିଲେ

ମାଲଦା : ପଶ୍ଚିମବଙ୍ଗର ମାଲଦାଠାରେ ଆଜି ଅନୁଷ୍ଠିତ ହେଉଥିବା ରାହୁଲ ଗାନ୍ଧୀଙ୍କ ନିର୍ବାଚନୀ ସଭାରେ ଏକ ବଡ଼ ଧରଣର ବିଶୃଙ୍ଖଳା ଦେଖାଦେଇଛି । ସଭାସ୍ଥଳରେ ଦଳର ଭିଆଇପି ସଂସ୍କୃତି ପ୍ରତିବାଦରେ ସାଧାରଣ ଲୋକମାନେ ବିରୋଧ କରିବାରୁ ଏହି ବିଶୃଙ୍ଖଳା ଦେଖାଦେଇଥିଲା । ଲୋକମାନେ ପ୍ରବଳ ଖରାରେ ଛିଡା ହୋଇଥିବାବେଳେ ମଞ୍ଚ ଆଗରେ  ଭିଆଇପି ମାନଙ୍କ ପାଇଁ ଆରାମଦାୟକ ଚେୟାର ପଡିଥିବାରୁ କେତେକ ଲେକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଫଳରେ ଲୋକମାନେ ଚେୟାର ଫିଙ୍ଗାଫୋପଡା ଓ ସଭାସ୍ଥଳରେ ଭଙ୍ଗାରୁଜା କରୁଥିବା ଦେଖାଯାଇଥିଲା ।

ତେବେ ସଭାସ୍ଥଳକୁ ରାହୁଲ ଗାନ୍ଧି ଆସିବା ପରେ ସ୍ଥିତି ଟିକିଏ ନିୟନ୍ତ୍ରଣକୁ ଆସିଥିଲା । ଏହି ସଭାରେ ଉଦବୋଧନ ଦେଇ କହିଛନ୍ତି ଯେ ଦେଶରେ ବେକାରି ସ୍ଥିତି ବେଶ ଚିନ୍ତାଜନକ ରହିଛି । କୃଷମାନେ କୌଣସି ସହାୟତା ପାଉନାହାନ୍ତି । କିନ୍ତୁ ମୋଦି ମିଛ କହିବାରେ ବ୍ୟସ୍ତ ଅଛନ୍ତି । ସେ ବାରମ୍ବାର ବିଭିନ୍ନ ମିଛ ପ୍ରତିଶ୍ରୁତି ଦେଇଚାଲିଛନ୍ତି । କିନ୍ତୁ କୌଣସି ପ୍ରତିଶ୍ରୁତିକୁ ପୂରଣ କରୁନାହାନ୍ତି । ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ।

ସମ୍ବନ୍ଧିତ ଖବର