ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କ ରଣନୀତି ଫେଲ୍ ହୋଇଛି। ରାହୁଲ ଏବଂ ପ୍ରିୟଙ୍କା ୫ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟର ନେତୃତ୍ବ ନେଇଥିଲେ। କିନ୍ତୁ ରାହୁଲ ଏବଂ ପ୍ରିୟଙ୍କାଙ୍କ ରଣନୀତି କାମ ଦେଇନି। ଉତ୍ତରପ୍ରଦେଶରେ ପ୍ରିୟଙ୍କା ‘ଲଡ୍କି ହୁଁ ଲଡ୍ ସକ୍ତି ହୁଁ’ ଭଳି ଏକ ନିଆରା ଅଭିଯାନ ଆରମ୍ଭ କରିଥିଲେ। ପ୍ରିୟଙ୍କା ୨୦୯ ରୢାଲି ଏବଂ ରୋଡ୍ସୋ’ରେ ଉଦ୍ବୋଧନ ଦେଇଥିଲେ। ପ୍ରିୟଙ୍କା ସବୁଠାରୁ ଅଧିକ ରୢାଲି କରିଛନ୍ତି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୩ଟି ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରିୟଙ୍କା ଉତ୍ତରପ୍ରଦେଶ ଉପରେ ଫୋକସ୍ କରିଥିଲେ ମଧ୍ୟ ସେ ଉତ୍ତରାଖଣ୍ଡ, ଗୋଆ, ମଣିପୁର ଏବଂ ପଂଜାବ ପାଇଁ ମଧ୍ୟ ପ୍ରଚାର କରିଥିଲେ।
ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ କାମ ଦେଲାନି ରାହୁଲ, ପ୍ରିୟଙ୍କାଙ୍କ ରଣନୀତି
/sambad/media/post_attachments/wp-content/uploads/2022/03/rahul-priyanka.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)