ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଇସ୍ତଫା ପ୍ରସ୍ତାବ ଦେଲ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ସେ କହିଛନ୍ତି ଯେ ଗଣତନ୍ତ୍ରରେ ଜନତା ହିଁ ମାଲିକ । ଏଣୁ ଜନତାଙ୍କ ମତକୁ ମାନିବାକୁ ପଡିବ । କଂଗ୍ରେସ ଏହି ନିର୍ବାଚନରେ ୪୯ଟି ଆସନରେ ଜିତିଛି ବା ଆଗୁଆ ଅଛି । କଂଗ୍ରେସର ଗଡ଼ ଆମେଥିରେ ରାହୁଲ ହାରିଯାଇଛନ୍ତି ।
ଅନ୍ୟପକ୍ଷରେ କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ନିର୍ବାଚନରେ ଏହି ଲଜ୍ଜାଜନକ ପ୍ରଦର୍ଶନ ପାଇଁ ରାହୁଲ ଗାନ୍ଧି ନିଜକୁ ଦାୟୀ କରିବା ସହ ଇସ୍ତଫା ଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ଏ ସଂପର୍କରେ ସେ ନିଜ ମା ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ କଂଗ୍ରେସର ଅନ୍ୟ କେତେକ ବରିଷ୍ଠ ନେତାଙ୍କୁ ଜଣାଇଥିଲେ । କିନ୍ତୁ ତାଙ୍କର ଏହି ଇସ୍ତଫା ପ୍ରସ୍ତାବକୁ କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୂର୍ଯ୍ୟେଓ୍ଵାଲା ଖଣ୍ଡନ କରିଛନ୍ତି । କିନ୍ତୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ଏକ ସପ୍ତାହ ମଧ୍ୟରେ କଂଗ୍ରେସ ଓ୍ଵାର୍କିଂ କମିଟିର ବୈଠକ ବସି ରାହୁଲଙ୍କ ଇସ୍ତଫା ସଂପର୍କରେ ଆଲୋଚନା କରାଯିବ ।

ସମ୍ବନ୍ଧିତ ଖବର