ରାଉରକେଲା: ବୀରମିତ୍ରପୁର ଥାନା ଅନ୍ତର୍ଗତ ଗୋଲବଜାର ନିକଟରେ ସୁନ୍ଦରଗଡ଼ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସୁନ୍ଦରଗଡ଼ ସ୍ପେଶାଲ ସ୍କ୍ୱାର୍ଡ ଗୋଲବଜାର ଅଞ୍ଚଳରେ ଦୁଇ ବ୍ୟବସାୟୀଙ୍କ ଘରେ ଓ ଗୋଦାମ ଘରେ ଅତର୍କିତ ଚଡ଼ାଉ କରି ୪୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିଥିବା ଜଣାପଡିଛି।
ସୁନ୍ଦରଗଡ଼ ସ୍ପେଶାଲ୍ ସ୍କ୍ୱାର୍ଡ ଘଟଣା ସ୍ଥଳକୁ ଆସିବା ସହ ବୀରମିତ୍ରପୁର ଥାନା ପୁଲିସ ଗୋଲ ବଜାର ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ରାଧିକା କନଫେକସନାରି ଓ ପବ୍ଲିକ ଡିମାଣ୍ଡ ଦୋକାନ ଓ ଘରେ ଚଢ଼ାଉ କରିଥିଲେ। ରାଧିକା ମାଲିକ ନିଜ ଘରେ ବାଣ ରଖିଥିବା ପୁଲିସ ପାଇଥିବା ବେଳେ ପବ୍ଲିକ ଡିମାଣ୍ଡ ତାଙ୍କ ଦୋକାନ ପଛପଟ ଗୋଦାମରେ ବାଣ ପାଇଥିଲେ। ଉଭୟ ସ୍ଥାନରେ ଚଢ଼ଉ ଜାରି ଥିବା ବେଳେ ପାଖାପାଖି ଚାଳିଶ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।
ସୂଚନା ମୁତାବକ ଗତ ରାତି ପାଖାପାଖି ୮ ଟା ୩୦ ରେ ସୁନ୍ଦରଗଡ଼ ସ୍ପେଶାଲ୍ ସ୍କ୍ୱାର୍ଡ ଘଟଣା ସ୍ଥଳକୁ ଆସିବା ସହ ବୀରମିତ୍ରପୁର ଥାନା ପୁଲିସ ଗୋଲ ବଜାର ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ରାଧିକା କନଫେକସନାରି ଓ ପବ୍ଲିକ ଡିମାଣ୍ଡ ଦୋକାନ ଓ ଘରେ ଚଢ଼ାଉ କରିଥିଲେ। ରାଧିକା ମାଲିକ ନିଜ ଘରେ ବାଣ ରଖିଥିବା ପୁଲିସ ପାଇଥିବା ବେଳେ ପବ୍ଲିକ ଡିମାଣ୍ଡ ତାଙ୍କ ଦୋକାନ ପଛପଟ ଗୋଦାମରେ ବାଣ ପାଇଥିଲେ। ଉଭୟ ସ୍ଥାନରେ ଚଢ଼ଉ ଜାରି ଥିବା ବେଳେ ପାଖାପାଖି ଚାଳିଶ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/09/30/uled-2025-09-30-09-34-42.png)