ଜଗତପୁର(କଟକ): କଟକ ଜଗତପୁର ଥାନା ଅନ୍ତର୍ଗତ ଖଇରାପୋଲ ନିକଟରେ ଥିବା ସୁନାରୀବଣ ଅଞ୍ଚଳରେ ଏକ ନକଲି ମୋବିଲ କାରଖାନା ଠାବ ହୋଇଛି। ପୁଲିସ  ଏବଂ ଓଜନମାପ ବିଭାଗର ମିଳିତ ଚଢଉ ଜାରି ରହିଛି। ଜଗତପୁର ଥାନା ଅଧିକାରୀ ମନୋରଞ୍ଜନ ନାୟକଙ୍କ ନେତୃତ୍ବରେ ଏହି ଚଢଉ ଚାଲିଛି। କଂପାନି ମାଲିକ ଫେରାର ଥିବା ବେଳେ ମ୍ୟାନେଜରଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

Advertisment

ସୁନାରୀବଣ ଅଞ୍ଚଳରେ ଦୀର୍ଘ ଦିନ ଧରି ଏକ ନକଲି ମୋବିଲ କାରଖାନା ଚାଲିଛି। ଏଠାରେ ପୋଡ଼ା ମୋବିଲରୁ ନୂଆ ମୋବିଲ, ଗ୍ରିସ୍, ଇଞ୍ଜିନ୍ ଅଏଲ୍ ଆଦି ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ା ଯାଉଥିଲା। ଏଠାରୁ କୋଟି କୋଟି ଟଙ୍କାର ଉକ୍ତ ସାମଗ୍ରୀ ପ୍ରସ୍ତୁତ ହେଉଥିଲା। ଘଟଣାସ୍ଥଳରୁ ପୁଲିସ ଶହ ଶହ ଡ୍ରମରେ ଭର୍ତ୍ତି ଥିବା ନକଲି ମୋବିଲ, ଗ୍ରିସ୍, ଇଞ୍ଜିନ୍ ଅଏଲ୍ ଆଦି ଜବତ କରିଛି। ତେବେ ଚଢଉ ସଂପର୍କରେ ସୁରାକ୍ ପାଇ କାରଖାନା ମାଲିକ ଫେରାର ହୋଇଯାଇଛନ୍ତି। 

ସୂଚନା ଅନୁଯାୟୀ, ସୁନାରୀବଣ ଅଞ୍ଚଳରେ ଦୀର୍ଘ ଦିନ ଧରି ଏକ ନକଲି ମୋବିଲ କାରଖାନା ଚାଲିଛି। ଏଠାରେ ପୋଡ଼ା ମୋବିଲରୁ ନୂଆ ମୋବିଲ, ଗ୍ରିସ୍, ଇଞ୍ଜିନ୍ ଅଏଲ୍ ଆଦି ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ା ଯାଉଥିଲା। ଏଠାରୁ କୋଟି କୋଟି ଟଙ୍କାର ଉକ୍ତ ସାମଗ୍ରୀ ପ୍ରସ୍ତୁତ ହେଉଥିଲା। ଘଟଣାସ୍ଥଳରୁ ପୁଲିସ ଶହ ଶହ ଡ୍ରମରେ ଭର୍ତ୍ତି ଥିବା ନକଲି ମୋବିଲ, ଗ୍ରିସ୍, ଇଞ୍ଜିନ୍ ଅଏଲ୍ ଆଦି ଜବତ କରିଛି। ତେବେ ଚଢଉ ସଂପର୍କରେ ସୁରାକ୍ ପାଇ କାରଖାନା ମାଲିକ ଫେରାର ହୋଇଯାଇଛନ୍ତି। 

crime