ରାଉରକେଲା: ଶେଷରେ ଚେଇଁଛି ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଖାଦ୍ୟ ନିରାପତ୍ତା ବିଭାଗ। ପାର୍ବଣ ଆଉ ହାତଗଣତି କିଛି ଦିନ ଥିବାବେଳେ ବିଭିନ୍ନ ଦୋକାନ ବଜାରରେ ଖାଦ୍ୟର ମାନ ଯାଞ୍ଚ ଆରମ୍ଭ କରିଛି। ସେପ୍ଟେମ୍ବରରେ କେବଳ ୨ଥର ଚଢ଼ଉ କରାଯାଇଥିଲା। ତେବେ ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଟାର୍ଗେଟ୍‌ରେ ଥିଲେ କେବଳ ଛୋଟ ଛୋଟ ଦୋକାନୀ। କୌଣସି ଅଦୃଶ୍ୟ କାରଣରୁ ବଡ଼ ଦୋକାନୀଙ୍କ ପାଖରେ ବିଭାଗ ପହଞ୍ଚିପାରୁନି। ଫଳରେ ବିଭାଗ ଯାଞ୍ଚରେ ପାତରଅନ୍ତର ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୁଏ।

Advertisment

ଇସ୍ପାତ ସହରର ସମ୍ଭ୍ରାନ୍ତ ଅଞ୍ଚଳଠାରୁ ବସ୍ତି ପର୍ଯ୍ୟନ୍ତ, ସବୁଠାରେ ଏକାଧିକ ଉଠାଦୋକାନ ରହିଛି। ଏମାନେ ପଞ୍ଜିକୃତ ବେପାରୀ ବି ନୁହନ୍ତି। ଏମାନଙ୍କ ପାଖରେ ଟ୍ରେଡ୍‌ ଲାଇସେନ୍ସ ଯଦିଓ ନାହିଁ, କିନ୍ତୁ ମନମର୍ଜି ବେପାର ଜାରି ରଖିଛନ୍ତି। ଏମାନଙ୍କ ଉପରେ ବେଳେବେଳେ ଚଢଉ କରାଯାଉଛି, ଯାହାକି ନିଶ୍ଚିତଭାବେ ସ୍ବାଗତଯୋଗ୍ୟ। କିନ୍ତୁ ବଡ଼ ବଡ଼ ହୋଟେଲ/ରେସ୍ତୋରାଁରେ ଖାଦ୍ୟର ମାନ ଯାଞ୍ଚ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ସାହସ ଜୁଟାଇପାରୁନାହାନ୍ତି। ଗତ ୨ ମାସ ଭିତରେ ବିଭାଗ ପକ୍ଷରୁ ହୋଇଥିବା ଚଢଉକୁ ଦେଖିଲେ ଏହା ସ୍ପଷ୍ଟ ହୁଏ। ଗତ ୨୦ ତାରିଖରେ ଆମ୍ବାଗାନ ଫୁଡ୍‌କୋର୍ଟରେ ଚଢଉକରି ପ୍ରାୟ ଅଧ କ୍ବିଣ୍ଟାଲ ବାସି ଖାଦ୍ୟକୁ ନଷ୍ଟ କରାଯିବାସହ ଜରିମାନା ଆଦାୟ କରାଯାଇଥିଲା। ସେହିଭଳି ଗତ ୧୫ ତାରିଖରେ ବିଭିନ୍ନ ବେକେରୀ ଯାଞ୍ଚ କରିବାସହ ନମୁନା ସଂଗ୍ରହ କରିଥିଲେ। ପରିଚ୍ଛନ୍ନତା ବଜାୟ ରଖୁନଥିବାରୁ କିଛି ୟୁନିଟଗୁଡ଼ିକୁ ନୋଟିସ୍‌ ହୋଇଥିଲା। ସେହିଭଳି ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ, ଇସ୍ପାତ ମାର୍କେଟ୍‌ ଫୁଡ୍‌ଷ୍ଟଲ୍‌ ଯାଞ୍ଚ କରିବାସହ ଖିଲାପକାରୀଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା।

ଅଗଷ୍ଟ ୭ ତାରିଖରେ ବାସନ୍ତୀକଲୋନି ଓ ବନ୍ଧମୁଣ୍ଡା, ଜୁଲାଇ ୧ରେ କୋଏଲନଗର, ସେକ୍ଟର-୫ ଆଦି ଅଞ୍ଚଳରେ ଯାଞ୍ଚ ହୋଇଥିଲା। ଏସବୁ ଚଢଉ ଅପେକ୍ଷାକୃତ ଛୋଟଛୋଟ ହୋଟେଲ, ଫୁଡ୍‌ଷ୍ଟଲ୍‌ରେ ସୀମିତ ରହିଥିଲା। ଅବଶ୍ୟ, ବିଗତ ଦିନରେ ନାମୀଦାମୀ ରେସ୍ତୋରାଁରେ ଚଢ଼ଉ କରାଯାଇଥିଲା। ଗତ ୨୦୨୪ ନଭେମ୍ବରରେ ସେକ୍ଟର-୪ସ୍ଥ ମଧୁବନ ରେସ୍ତୋରାଁରେ ଚଢ଼ଉକରି ସିଲ୍‌ କରିଦିଆଯାଇଥିବାବେଳେ ୨୦୨୪ ଅକ୍ଟୋବରରେ ଲାଇସେନ୍ସ ବିନା ଚାଲୁଥିବା ଏକ ବେଆଇନ ଆଇସ୍କ୍ରିମ୍ କାରଖାନା ସିଲ୍ କରାଯାଇଥିଲା।