ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ଦିନରେ ପ୍ରଚାର ମୈଦାନକୁ ଓହ୍ଲାଇଲେ ରାଇମୋହନ ପରିଡା

ସୁନ୍ଦରଗଡ଼: ରାଜନୈତିକ ଦଳମାନଙ୍କ ପାଇଁ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସଂଧ୍ୟ୍ୟା ୫ଟା ପରେ ବନ୍ଦ ହୋଇଯିବ । ତେଣୁ ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରଚାରକୁ ଜୋରସୋର କରିଦେଇଛନ୍ତି । ବିଜେପି, ବିଜେଡି, କଂଗ୍ରେସ ସହ ସମସ୍ତ ସ୍ୱାଧୀନ ପ୍ରାର୍ଥୀ ଡୋର ଟୁ ଡୋର ବୁଲି ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି।

ତେବେ ବିଜେଡି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ଓଲିଉଡ ତାରକା ରାଇମୋହନ ପରିଡା ଏହି ପ୍ରରିପେକ୍ଷୀରେ ତଥା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ବିଜେଡି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଶିଷ୍ଟ ଯାତ୍ରା କଳାକାର ତଥା ଓଲିଉଡ ସୁପର ଭିଲିଏନ ରାଇମୋହନ ପରିଡା । ସୁନ୍ଦରଗଡରେ ବିଜେଡି ପ୍ରାର୍ଥୀ ଅନୀତା ବିଶ୍ୱାଳ ଓ ଯୋଗେଶ ସିଂଙ୍କ ପାଇଁ ପ୍ରଚାର କରିଛନ୍ତି ରାଇମୋହନ । ସହରରେ ରୋଡ ସୋ ମାଧ୍ୟମରେ ବୁଲି ବୁଲି ନିଜ ଅନ୍ଦାଜରେ ନେତାଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି ଯାତ୍ରା ଜଗତର ପ୍ରଖ୍ୟାତ ଖଳନାୟକ ରାଇମୋହନ ପରିଡା।

ତେବେ ସୁନ୍ଦରଗଡ ଲୋକସଭା ଆସନରେ ବିଜେଡିର ସୁନୀତା ବିଶ୍ୱାଳଙ୍କ ସହ ବିଜେପିର ପ୍ରାର୍ଥୀ ଜୁଏଲ ଓରାମ ଓ କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀଙ୍କ ଟକ୍କର ହେଉଛି । ସୁନ୍ଦରଗଡ ବିଧାନସଭା ଆସନରେ ବିଜେଡିରୁ ଯୋଗେଶ ସିଂ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ କୁସୁମ ଟେଟେ ଓ କଂଗ୍ରେସରୁ ଅମିତା ବିଶ୍ୱାଳ ପ୍ରାର୍ଥୀ ହୋଇଛନ୍ତି ।

ସମ୍ବନ୍ଧିତ ଖବର