ରେଳଧାରଣାରେ ଫାଟ, ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ରାଜଧାନୀ ଏକ୍ସପ୍ରେସ୍

ଫିରୋଜାବାଦ: ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛି ରାଜଧାନୀ ଏକ୍ସପ୍ରେସ୍ । ଦିଲ୍ଲୀ-ହାଓଡା ରାଜଧାନୀ ଏକ୍ସପ୍ରେସ୍ ଓ ମଗଧ ଏକ୍ସପ୍ରେସ୍ ମଙ୍ଗଳବାର ଦିନ କାନପୁର ନିକଟରେ ଆସନ୍ନ  ଦୁର୍ଘଟଣାରୁ ରକ୍ଷା ପାଇଯାଇଛି । ରେଳଧାରଣା ଭାଙ୍ଗି ୧୪ ଇଂଚ ଦୀର୍ଘ ଏକ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ପାଇବା ପରେ ଟ୍ରେନ୍ ଚାଳକ ଜରୁରୀକାଳୀନ ବ୍ରେକ୍ ଲଗାଇଥିଲେ, ଯାହା ଫଳରେ ଦୁର୍ଘଟଣାରୁ ଯାଇଥିଲା ଟ୍ରେନ୍ ।

ମଂଗଳବାର ସକାଳେ ଇସଲାମପୁର-ଦିଲ୍ଲୀ ମଗଧ ଏକ୍ସପ୍ରେସର ଡ୍ରାଇଭର ଉତ୍ତରପ୍ରଦେଶର କାନପୁର ସେକସନର  ଭରଥାନା ନିକଟରେ ରେଳ ଧାରଣାରେ ୧୪ ଇଂଚ ଦୀର୍ଘ ଏକ ଫାଟ ସୃଷ୍ଟି ହୋଇଥିବା ଦେଖିଥିଲେ। ଏହାପରେ ସେ ସଙ୍ଗେ ସଙ୍ଗେ ଜରୁରୀକାଳୀନ ବ୍ରେକ୍ ଲଗାଇ ଟ୍ରେନ୍ ଅଟକାଇ ଥିଲେ। ଏହାପରେ ସେ ତୁରନ୍ତ କଂଟ୍ରୋଲ୍ ରୁମକୁ ଜଣାଇଥିଲେ । ଏହା ପରେ ସେଇ ଟ୍ରାକରେ ଆସୁଥିବା ଦିଲ୍ଲୀ-ହଓଡା ଓ ପାଟନା-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସକୁ ଅଟକା ଯାଇଥିଲା । ଫଳରେ ବଡ଼ଧରଣର ଦୁର୍ଘଟଣାରୁ ରକ୍ଷା ପାଇଥିଲା ଏହି ଦୁଇ ଟ୍ରେନ୍।

ଏହାପରେ ରେଳବାଇର ସ୍ୱତନ୍ତ୍ର ଯାଞ୍ଚକାରୀ ଦଳ ଘଟଣାସ୍ଥଳରେ ପହଂଚି  ଭାଂଗିଯାଇଥିବା ଟ୍ରାକକୁ  ସଜାଡ଼ି ଥିବା ଜଣାପଡ଼ିଛି । ଏହି କାରଣରୁ ଦିଲ୍ଲୀ ଯାଉଥିବା ଏକାଧିକ ଟ୍ରେନ୍ ବିଭିନ୍ନ ଷ୍ଟେସନରେ ଅଟକି ରହିଛି ।

ସମ୍ବନ୍ଧିତ ଖବର