ସୋର: ସୋର ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ବିଦାୟକାଳୀନ ସମୟରେ ଏକ ଭାବ ବିହ୍ଵଳ ପରିବେଶ ଦେଖିବାକୁ ମିଳିଛି। ସମସ୍ତ ପୁଲିସ କର୍ମଚାରୀ ଥାନା ପରିସରରରୁ ଏକ ଶୋଭାଯାତ୍ରାରେ ବାହାରି ଉତ୍ତରେଶ୍ୱର ପର୍ଯ୍ୟନ୍ତ ଯାଇଥିଲେ। ରାସ୍ତାରେ ଫୁଲ ଛିଞ୍ଚା ଯାଇ ଆଖିରେ ଲୁହ ଭରି କର୍ମଚାରୀମାନେ ଥାନା ଅଧିକାରୀଙ୍କୁ ଦେଉଥିବା ବିଦାୟ ସମୟର ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ଵଳ କରିଦେଇଥିଲା। ନିଜେ ଥାନାଧିକାରୀ ମଧ୍ୟ ଭାବବିହ୍ଵଳ ହୋଇ କାନ୍ଦି ପକାଇଥିଲେ।
ପୁଲିସ କର୍ମଚାରୀ ଥାନା ପରିସରରରୁ ଏକ ଶୋଭାଯାତ୍ରାରେ ବାହାରି ଉତ୍ତରେଶ୍ୱର ପର୍ଯ୍ୟନ୍ତ ଯାଇଥିଲେ। ରାସ୍ତାରେ ଫୁଲ ଛିଞ୍ଚା ଯାଇ ଆଖିରେ ଲୁହ ଭରି କର୍ମଚାରୀମାନେ ଥାନା ଅଧିକାରୀଙ୍କୁ ଦେଉଥିବା ବିଦାୟ ସମୟର ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ଵଳ କରିଦେଇଥିଲା। ନିଜେ ଥାନାଧିକାରୀ ମଧ୍ୟ ଭାବବିହ୍ଵଳ ହୋଇ କାନ୍ଦି ପକାଇଥିଲେ। ଥାନାଧିକାରୀ ଶ୍ରୀ ମିଶ୍ର ଗତ ୨୯/୮/୨୦୨୩ରେ ସୋର ଥାନାରେ ଯୋଗଦାନ କରିଥିଲେ। ତାଙ୍କର ଭଦ୍ରକ ଜିଲ୍ଲାକୁ ଗତ ୮/୨/୨୦୨୫ରେ ବଦଳି ହୋଇଥିଲା। ଆଜି ତାଙ୍କୁ ବିଦାୟ ଦିଆଯାଇଥିଲା। ତାଙ୍କର ସୁଶାସନ ଓ କର୍ତ୍ତବ୍ୟନିଷ୍ଠା କର୍ମ ପାଇଁ ସେ ସଭିଙ୍କୁ ନିଜର କରିପାରିଥିଲେ। ଏହି ସମୟରେ ସୋରର ବିଭିନ୍ନ ଅନୁଷ୍ଠାନ ସମେତ ଅନେକ ଲୋକ ଉପସ୍ଥିତ ଥିଲେ।
ଥାନାଧିକାରୀ ଶ୍ରୀ ମିଶ୍ର ଗତ ୨୯/୮/୨୦୨୩ରେ ସୋର ଥାନାରେ ଯୋଗଦାନ କରିଥିଲେ। ତାଙ୍କର ଭଦ୍ରକ ଜିଲ୍ଲାକୁ ଗତ ୮/୨/୨୦୨୫ରେ ବଦଳି ହୋଇଥିଲା। ଆଜି ତାଙ୍କୁ ବିଦାୟ ଦିଆଯାଇଥିଲା। ତାଙ୍କର ସୁଶାସନ ଓ କର୍ତ୍ତବ୍ୟନିଷ୍ଠା ପାଇଁ ସେ ସଭିଙ୍କୁ ନିଜର କରିପାରିଥିଲେ। ଏହି ସମୟରେ ସୋରର ବିଭିନ୍ନ ଅନୁଷ୍ଠାନ ସମେତ ଅନେକ ଲୋକ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/02/09/bjO7LcJqmYsEhAD2MEdy.jpg)