ଭଦ୍ରକ: ଓଡ଼ିଶା ସ୍କୁଲ୍ କଲେଜ୍ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଆବାହକ ତଥା ଓଷ୍ଟ ଜିଲ୍ଲା ସମ୍ପାଦକ ପ୍ରଭାତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଜିଲ୍ଲା ଓଷ୍ଟ। କାର୍ଯ୍ୟାଳୟରୁ ବାହାରି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଶିକ୍ଷକମାନେ ସେମାନଙ୍କର ବିଭିନ୍ନ ଦାବି ଯଥା ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ କଲେଜର କର୍ମଚାରୀମାନଙ୍କ ପାଇଁ ପେନସନ ଓ ଚାକିରି ସର୍ତ୍ତାବଳୀ ଲାଗୁ, ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜଗୁଡ଼ିକୁ ସରକାରୀକରଣ , ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ କର୍ମଚାରୀମାନଙ୍କୁ ବରିଷ୍ଠତା ଓ ୬ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ, ଯୋଗ୍ୟ ବିବେଚିତ ସମସ୍ତ ସ୍କୁଲ୍ କଲେଜ୍କୁ ଅନୁଦାନ ପ୍ରଦାନ , ଅବସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି ଆଦି ଦାବି ସମ୍ବଳିତ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଆଇନ୍ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୪୦୦ରୁ ଊର୍ଦ୍ଧ୍ବ ଶିକ୍ଷକ ଧାରଣାରେ ବସିଥିଲେ।
ଶିକ୍ଷକମାନେ ସେମାନଙ୍କର ବିଭିନ୍ନ ଦାବି ଯଥା ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ କଲେଜର କର୍ମଚାରୀମାନଙ୍କ ପାଇଁ ପେନସନ ଓ ଚାକିରି ସର୍ତ୍ତାବଳୀ ଲାଗୁ, ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜ ଗୁଡ଼ିକୁ ସରକାରୀକରଣ , ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ କର୍ମଚାରୀମାନଙ୍କୁ ବରିଷ୍ଠତା ଓ ୬ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ, ଯୋଗ୍ୟ ବିବେଚିତ ସମସ୍ତ ସ୍କୁଲ୍ କଲେଜ୍କୁ ଅନୁଦାନ ପ୍ରଦାନ , ଅବସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି ଆଦି ଦାବି ସମ୍ବଳିତ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଆଇନ୍ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୪୦୦ରୁ ଊର୍ଦ୍ଧ୍ବ ଶିକ୍ଷକ ଧାରଣାରେ ବସିଥିଲେ।
ଓଷ୍ଟ। ଜିଲ୍ଲା ସଭାପତି ଶଶୀଶେଖର କରଶର୍ମ।, ସଂସ୍କୃତ ମହମଣ୍ଡଳ ସଭାପତି ହରେକୃଷ୍ଣ ପାଣିଗ୍ରାହୀ, ମଦ୍ରାସା ସଂଘ ସଂପାଦକ ଆଫ୍ତାବ୍ ଖାଁ, ଓଷ୍ଟ।ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅନୀଲ ମିଶ୍ର,୬୬୨ ସଂଘ ନେତା ଅଞ୍ଜନ ଶତପଥୀ, ଅଲୋଷ୍ଟ୍ଟା ସମ୍ପାଦକ ଉପେନ୍ଦ୍ର ବିଶ୍ଵାଳ, ଶିକ୍ଷକ ନେତା ପ୍ରଭାକର ପରିଡ଼ା,ବୈକୁଣ୍ଠ ବିଶ୍ଵାଳ,ପର୍ଶୁରାମ ସାହୁ, ବିକଶି ସାହୁ,ଗୀତାଞ୍ଜଳି ପାତ୍ର, ମନୋରଞ୍ଜନ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ଦାଶ, ସନ୍ତୋଷ ଜେନା,ଓସିମ୍ ରାଜା,ହେମନ୍ତ ସୁତାର,ଅରୁଣ ଶତପଥୀ,ରଞ୍ଜନ ମୁଦୁଲି, ବିଶ୍ୱନାଥ ପଣ୍ଡା,ରାଜକିଶୋର ମଲ୍ଲିକ ପର୍ଶୁରାମ ପାତ୍ର, ନିରଞ୍ଜନ ପଣ୍ଡା,ବ୍ରହ୍ମାନନ୍ଦ ରାୟ,ସୁଶାନ୍ତ ବାରିକ ଓ ଜିତେନ୍ଦ୍ର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।