ନୂଆଦିଲ୍ଲୀ: ହିନ୍ଦୁମାନଙ୍କ ଆରାଧ୍ୟ ଦେବତା ଶ୍ରୀରାମଙ୍କ ଉପରେ ଆଧାରିତ ରାମାନନ୍ଦ ସାଗରଙ୍କ ଟେଲିଭିଜନ ସୋ’ ‘ରାମାୟଣ’ର ଲୋକପ୍ରିୟତା ଖୁବ ରହିଛି। ‘ରାମାୟଣ’କୁ ଆଜି ବି ଲୋକମାନେ ସେତିକି ଭଲ ପାଇବା ଦିଅନ୍ତି ଯେତିକି ୮୦ ଦଶକରେ ଦେଉଥିଲେ। ତେବେ ରାମାୟଣରେ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିବା ଅଭିନେତା/ଅଭିନେତ୍ରୀମାନେ କେତେ ଟଙ୍କା ପାରିଶ୍ରମିକ ପାଇଥିଲେ ତାହା ଆପଣ ଜାଣନ୍ତି କି? ରାମାୟଣରେ ପ୍ରଭୁ ଶ୍ରୀରାମ, ରାବଣ, ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା/ଅଭିନେତ୍ରୀମାନେ କେତେ ପାରିଶ୍ରମିକ ପାଇଥିଲେ ସେନେଇ ଆମେ ସୂଚନା ଦେବୁ |
ଯଦି ଆମେ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋବିଲଙ୍କ ପାରିଶ୍ରମିକ କଥା କହିବା, ତେବେ ସେ ପୂରା ଧାରାବାହିକ ପାଇଁ ୪୦ଲକ୍ଷ ଟଙ୍କା ନେଇଥିଲେ। ଏହା ସହ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ୨୦ଲକ୍ଷ, ହନୁମାନଙ୍କ ଭୂମିକାରେ କାମ କରିଥିବା ଦାରା ସିଂହ ୩୫ଲକ୍ଷ ଟଙ୍କା, ରାବଣଙ୍କ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀ ୩୦ଲକ୍ଷ ଟଙ୍କା ନେଇଥିଲେ |
ସେହିପରି ଧାରାବାହିକରେ ରାମଙ୍କ ସାନ ଭାଇ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୁନୀଲ ଲାହିରି ୧୮ ଲକ୍ଷ ଟଙ୍କା ନେଇଥିଲେ | ଭଗବାନ ଶ୍ରୀରାମ ରାବଣ ସହିତ ଯୁଦ୍ଧରେ ସୁଗ୍ରୀବଙ୍କ ସାହାଯ୍ୟ ନେଇଥିଲେ। ସୁଗ୍ରୀବଙ୍କ ଭୂମିକାରେ ଶ୍ୟାମ ସୁନ୍ଦର କାଲାନି ଅଭିନୟ କରିଥିଲେ। ଖବର ଅନୁଯାୟୀ, ଶ୍ୟାମ ସୁନ୍ଦର ଏହି ଚରିତ୍ର ପାଇଁ ୧୦ ଲକ୍ଷ ଟଙ୍କା ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/xHKZkgqsQeNYEDS3LSOK.jpg)