ମୁମ୍ବାଇ: 'ଆରଆରଆର'ର ସଫଳତା ପରେ ଏବେ ଫିଲ୍ମରୁ ବିରତି ନେବେ ସାଉଥ ସୁପରଷ୍ଟାର ରାମଚରଣ। କୁହାଯାଉଛି ଯେ ପତ୍ନୀଙ୍କୁ ସମୟ ଦେବା ପାଇଁ ରାମଚରଣ ଏଭଳି ନିଷ୍ପତ୍ତି ନେଇଛନ୍ତି। କେବଳ ଦକ୍ଷିଣ ଭାରତ ନୁହେଁ, ସାରା ଦେଶର କୋଣଅନୁକୋଣରେ ମିଳିବେ ସୁପର୍ଷ୍ଟାର୍ ରାମ ଚରଣଙ୍କ ପ୍ରଶଂସକ। ଚଳଚ୍ଚିତ୍ର ପାଇଁ ଯେତିକି ଚର୍ଚ୍ଚିତ ସେ, ନିଜର ବ୍ୟକ୍ତିଗତ ଜୀବନରେ ବି ସେତିକି ଆଲୋଚିତ।
ତାଙ୍କ ବ୍ୟକ୍ତିଗତ ଜୀବନକୁ ଦେଖିବାକୁ ଗଲେ ସେ ବିବାହର ୧୦ବର୍ଷ ପରେ ବାପା ହେବାକୁ ଯାଉଛନ୍ତି। ଆଗକୁ ପତ୍ନୀଙ୍କ ଡେଲିଭରୀ ହେବାକୁ ଥିବାରୁ ରାମଚରଣ କାମରୁ ବିରତି ନେବେ। ଜୁନ ମାସ ଭିତରେ ସେ ନିଜର ସମସ୍ତ କାମ ଶେଷ କରିବା ସହ ଜୁନରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ରାମଚରଣ ପତ୍ନୀଙ୍କ ସହ ବିତାଇବେ। ବାପା ହେବାର ଖୁସିକୁ ଭଲ ଭାବରେ ଅନୁଭବ କରିବା ସହ ନିଜ ନବଜାତ ସନ୍ତାନ ସହ ସମୟ ବିତାଇବାକୁ ରାମଚରଣ ଛୁଟି ନେବେ।
ତେବେ ରାମ ଚରଣଙ୍କ ବାପା ତଥା ତେଲୁଗୁ ସୁପର୍ଷ୍ଟାର୍ ଚିରଂଜୀବୀ ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଜରିଆରେ ଜେଜେ ହେବାକୁ ଯାଉଥିବାର ଖବରକୁ ପ୍ରଶଂସକଙ୍କ ସହ ବାଣ୍ଟିଥିଲେ। ସେ ପ୍ରଭୁ ହନୁମାନଙ୍କର ଏକ ଫଟୋ ସହ ଏହି ଏହି ଖୁସି ଖବର ଲେଖି ପ୍ରଶଂସକଙ୍କ ସହ ସେୟାର କରିଥିଲେ। ବୋହୂ ଉପାସନା ଓ ପୁଅ ରାମଚରଣ ସେମାନଙ୍କ ପ୍ରଥମ ପିଲାକୁ ଜନ୍ମ ଦେବାକୁ ଯାଉଛନ୍ତି ବୋଲି ସେ ସୂଚନା ଦେଇଥିଲେ।