ନୂଆଦିଲ୍ଲୀ: ରାମ ମନ୍ଦିର ସମାରୋହରେ ଯୋଗ ଦେବେ କି ନାହିଁ ତାକୁ ନେଇ ସମସ୍ତ କଳ୍ପନାଜଳ୍ପନା ଚାଲିଥିବା ବେଳେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନିୟତିର ନିର୍ଦ୍ଦେଶ ଥିଲା ।

Advertisment

ରାମ ମନ୍ଦିର ଆନ୍ଦୋଳନର ଅନ୍ୟତମ ପ୍ରମୁଖ ଚେହେରା ଆଡଭାନୀ କହିଛନ୍ତି, ନିୟତି ନିଷ୍ପତ୍ତି ନେଇଥିଲା ଯେ ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ନିଶ୍ଚୟ ନିର୍ମାଣ ହେବ। ମୁଁ ପ୍ରାର୍ଥନା କରୁଛି ଯେ ଏହି ମନ୍ଦିର ସମସ୍ତ ଭାରତୀୟଙ୍କୁ ଶ୍ରୀରାମଙ୍କ ଗୁଣ ଗ୍ରହଣ କରିବାକୁ ପ୍ରେରଣା ଦେବ ।

ମାସିକ ପତ୍ରିକା 'ରାଷ୍ଟ୍ର ଧର୍ମ'କୁ ସାକ୍ଷାତକାର ଦେଇ ଲାଲକୃଷ୍ଣ ଆଡଭାନୀ କହିଛନ୍ତି, ରଥଯାତ୍ରା ଆରମ୍ଭ ହେବାର କିଛି ଦିନ ପରେ ମୁଁ ଅନୁଭବ କଲି ଯେ ମୁଁ କେବଳ ଜଣେ ସାରଥୀ ଥିଲି, ରଥଯାତ୍ରାର ମୁଖ୍ୟ ସଂଦେଶବାହକ ସ୍ବୟଂ ରଥ ହିଁ ଥିଲା ଏବଂ ରାମ ମନ୍ଦିର ନିର୍ମାଣ ର ପବିତ୍ର ଉଦ୍ଦେଶ୍ୟରେ ତାଙ୍କ ଜନ୍ମସ୍ଥାନ ଅଯୋଧ୍ୟା ଯାଉଥିବାରୁ ରଥ ପୂଜା ଯୋଗ୍ୟ ଥିଲା ।

'ରାଷ୍ଟ୍ରଧର୍ମ' ସହ କଥାବାର୍ତ୍ତା ବେଳେ ସେ ଏହା ମଧ୍ୟ ସଂକେତ ଦେଇଥିଲେ ଯେ ଜାନୁଆରୀ ୨୨ରେ ହେବାକୁ ଥିବା ରାମ ମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ସେ ଯୋଗ ଦେବେ ।

୧୯୯୦ ଦଶକର ପ୍ରାରମ୍ଭରେ ରାମ ମନ୍ଦିର ଆନ୍ଦୋଳନରେ ଆଡଭାନୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।