ମକର ସଂକ୍ରାନ୍ତି’ରେ ଗୁଡ଼ି ଉଡ଼ାଇବା ପରଂପରା ଭାରତର ଅନେକ ଅଞ୍ଚଳରେ ପ୍ରଚଳିତ। ଏହି ଦିନରୁ ଗୁଡ଼ି ଉଡ଼ା ଆରମ୍ଭ ହୋଇ, ବେଶ୍ କିଛି ଦିନ ଚାଲେ। ଗୁଡ଼ି ଉଡ଼ା ମହୋତ୍ସବ, ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୁଏ। ଗୁଡ଼ି ଯୋଗୁଁ ଅନେକଙ୍କ ପ୍ରାଣ ବି ଯାଏ। ତେଣୁ, କେତେକ ନିର୍ଦିଷ୍ଟ ଧରଣର ଗୁଡ଼ି ସୂତା ଉପରେ ଅଦାଲତ ପ୍ରତିବନ୍ଧ ମଧ୍ୟ ଲଗାଇଛନ୍ତି। କିଛି ବର୍ଷ ହେଲା ଗୁଡ଼ି ଉଡ଼ା ଗ୍ଲାମର୍ ଦୁନିଆ ସହ ସଂଯୁକ୍ତ ହୋଇଗଲାଣି। ବଲିଉଡ୍ କଳାକାରମାନଙ୍କୁ ଗୁଡ଼ି ମହୋତ୍ସବକୁ ନିମନ୍ତ୍ରିତ କରାଯାଉଛି। ସେମାନେ ସାଧାରଣ ଲୋକଙ୍କ ସହ ମିଶି ଗୁଡ଼ି ଉଡ଼ାଉଥିବା ଦେଖାଯାଉଛି। ‘ମକର’ ଦିନ ରାନୀ ମୁଖାର୍ଜୀ ଅହମଦାବାଦରେ ଥିଲେ। ଆଗାମୀ ଫିଲ୍ମ ‘ହିଚକୀ’ର ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଥିବା ସତ୍ତ୍ୱେ ପ୍ରଶଂସକଙ୍କ ଅନୁରୋଧରେ ସାବରମତୀ ନଦୀ ନିକଟରେ ମନ ଭରି ଗୁଡ଼ି ଉଡ଼ାଇଥିଲେ। ଫିଲ୍ମର ପ୍ରଚାର ବି ହୋଇଥିଲା। ଏହି ଫିଲ୍ମରେ ରାନୀ, ଏ ଭଳି ଜଣେ ଯୁବତୀ ଭୂମିକାରେ ଅଭିନୟ କରୁଛନ୍ତି, ଯିଏ ଗୁରୁତର ସ୍ନାୟବିକ ରୋଗ ଭୋଗୁଛନ୍ତି। ତଥାପି, ଭାଙ୍ଗି ନ ପଡ଼ି ସଂଘର୍ଷ କରୁଛନ୍ତି ଏବଂ ପିଲାଙ୍କୁ ପଢ଼ାଉଛନ୍ତି। ଫିଲ୍ମଟି ଫେବ୍ରୁଆରି ଶେଷ ଭାଗରେ ମୁକ୍ତିଲାଭ କରିବ।
ଗୁଡ଼ି ଉଡେଇଲେ ରାଣୀ
/sambad/media/post_attachments/wp-content/uploads/2018/01/rani-mukerji-ndtv_650x400_51515767146.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)