ଭୁବନେଶ୍ବର: ଜଣେ ରୋଗୀ ସଂପର୍କୀୟଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ ପରେ ସୁରକ୍ଷାକର୍ମୀଙ୍କୁ ଡ୍ୟୁଟି କରିବାକୁ ଏମ୍ସ ଭୁବନେଶ୍ବର ମନା କରିଦେଇଛି। ଏନେଇ ଏମ୍ସ ଭୁବନେଶ୍ବର ପକ୍ଷରୁ ଏମ୍‌/ଏସ୍‌ ସୈନିକ ଇଣ୍ଟେଲିଜିଏନ୍ସ ଆଣ୍ଡ ସିକ୍ୟୁରିଟି ପ୍ରାଇଭେଟ୍‌ ଲିମିଡେଟକୁ ଅବଗତ କରାଯାଇଛି। ଏଥିରେ କୁହାଯାଇଛି ଯେ, ଏମ୍ସ ଭୁବନେଶ୍ବରରେ ମନୋଜ କୁମାର ସାହୁ (ଆଇଡି ନମ୍ବର ୧୪୮୦)ଙ୍କ ଡ୍ୟୁଟି ଦରକାର ନାହିଁ। ଏମ୍ସ ଭୁବନେଶ୍ବର ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର ସୁଭାଶିଷ ମହାପାତ୍ର ଏହି ସୂଚନା ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, ଏମ୍‌/ଏସ୍‌ ସୈନିକ ଇଣ୍ଟେଲିଜିଏନ୍ସ ଆଣ୍ଡ ସିକ୍ୟୁରିଟି ପ୍ରାଇଭେଟ୍‌ ଲିମିଡେଟ ଅଧୀନରେ ଏମ୍ସ ଭୁବନେଶ୍ବରରେ ସୁରକ୍ଷାକର୍ମୀ ଭାବେ ମନୋଜ କୁମାର ସାହୁ ଡ୍ୟୁଟି କରୁଥିଲା। ଏଠାରେ‌ ସେ ଅନେକ ବର୍ଷ ହେଲା କାର୍ଯ୍ୟରତ ଥିବାରୁ ଡାକ୍ତରଖାନାର ବ୍ୟବସ୍ଥା ବିଷୟରେ କିଛି ଜାଣିଥିଲା। ସେ ଜଣେ ରୋଗୀଙ୍କ ପତ୍ନୀଙ୍କୁ ସାହାଯ୍ୟ କରିବା ଆଳରେ ତାଙ୍କ ସହିତ ଶାରୀରିକ ସଂପର୍କ ରଖି ଧୋକା ଦେଇଥିବା ଅଭିଯୋଗ ହୋଇଛି।

ଏମ୍‌/ଏସ୍‌ ସୈନିକ ଇଣ୍ଟେଲିଜିଏନ୍ସ ଆଣ୍ଡ ସିକ୍ୟୁରିଟି ପ୍ରାଇଭେଟ୍‌ ଲିମିଡେଟ ଅଧୀନରେ ଏମ୍ସ ଭୁବନେଶ୍ବରରେ ସୁରକ୍ଷାକର୍ମୀ ଭାବେ ମନୋଜ କୁମାର ସାହୁ ଡ୍ୟୁଟି କରୁଥିଲା। ଏଠାରେ‌ ସେ ଅନେକ ବର୍ଷ ହେଲା କାର୍ଯ୍ୟରତ ଥିବାରୁ ଡାକ୍ତରଖାନାର ବ୍ୟବସ୍ଥା ବିଷୟରେ କିଛି ଜାଣିଥିଲା।

ଏନେଇ ପୀଡ଼ିତା ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୀଡିତା କହିଛନ୍ତି, ତାଙ୍କ ସ୍ୱାମୀ ବ୍ଳଡ୍ କ୍ୟାନସରରେ ପୀଡିତ ଥିଲେ। ଏଥି ପାଇଁ ସେ ୩ ବର୍ଷ ଯାଏଁ ତାଙ୍କୁ ଏମ୍‌ସ ଭୁବନେଶ୍ୱର‌ ଚିକିତ୍ସା କରାଉଥିଲେ। ଏହାରି ଭିତରେ ସେ ସୁରକ୍ଷାକର୍ମୀ ମନୋଜ କୁମାର ସାହୁଙ୍କ ସଂସ୍ପର୍ଶରେ ଆସିଥିଲେ। ମନୋଜ ମଧ୍ୟ ମହିଳାଙ୍କୁ ବିଭିନ୍ନ ପ୍ରକାରର ସାହାଯ୍ୟ କରୁଥିଲା। ଔଷଧ ଆଣିବା ଠାରୁ ଆରମ୍ଭ କରି ରକ୍ତ ଓ ଅନ୍ୟାନ୍ୟ କାର୍ଯ୍ୟରେ ସେ ତାଙ୍କୁ ସହଯୋଗ କରୁଥିଲା। ଧୀରେଧୀରେ ମନୋଜ ସହିତ ସଂପର୍କ ବଢ଼ିଥିଲା। ମନୋଜ ତାର ରୁମ୍‌ରେ ମଧ୍ୟ ରଖିଥିଲା। ସେଠାରେ ରୋଷେଇ ବାସ କରି ରହିବା ପାଇଁ କହିଥିଲା। ଆଉ ପରବର୍ତ୍ତୀ ସମୟରେ ସେ ବଳପୂର୍ବକ ଶାରୀରିକ ସଂପର୍କ ରଖିଥିଲା। ଭବିଷ୍ୟତରେ ସବୁ ପ୍ରକାର ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଥିଲା।

ପୀଡିତା କହିଛନ୍ତି ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଛି। ସ୍ୱାମୀଙ୍କ ମୃତ୍ୟୁ ପରେ ମନୋଜ ମୋତେ ମନ୍ଦିରରରେ ବାହା ହୋଇଥିଲା ଓ ମୋ ଛୁଆପିଲାଙ୍କର ବି ଯତ୍ନ ନେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ମୁଁ ମଧ୍ୟ ଆଶ୍ରା ଖୋଜୁ ଥିଲି। ତେଣୁ ତାକୁ ବାହା ହେଲି। ହେଲେ ଏବେ ସେ ଧରାଛୁଆଁ ଦେଉନି। ଫୋନ୍ ଉଠାଉନାହିଁ। ସେ କାହିଁକି ଏମିତି କରୁଛି ଜାଣିନି। ମୁଁ ଚାହୁଁଛି ନ୍ୟାୟ ଚାହୁଁଛି। ଅନ୍ୟପକ୍ଷରେ ଏହି ଘଟଣା ନେଇ ମନୋଜ କୁମାର ସାହୁ ମୁହଁ ଖୋଲିନାହିଁ।

ଏହି ଖବର ପଢ଼ନ୍ତୁ: ‘ସୁଭଦ୍ରା’ ନେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା