କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳାରେ ଜଣେ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ ହୋଇଛି | ଘରେ କେହି ନ ଥିବାବେଳେ ରାତି ଅଧରେ ଜଣେ ବିବାହିତ ଯୁବକ ଯୁବତୀଙ୍କ ଘର ଭିତରେ ପଶି ଜୋରଜବରଦସ୍ତ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି | ଘଟଣାଟି ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମଭି ୮୦ ଗ୍ରାମରେ ଗତ ୧୨ ତାରିଖ ରାତି ଗୋଟାଏରୁ ୨ଟା ଭିତରେ ଘଟିଛି | ଗତକାଲି ୧୯ ବର୍ଷୀୟ ପୀଡିତା ଯୁବତୀ ଜଣଙ୍କ ମୋଟୁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାଟି ଜଣାପଡିଛି |
ଅଭିଯୋଗ ପାଇବା ପରେ ମୋଟୁ ପୁଲିସ ଆଜି ପୀଡିତାର ମାଲକାନଗିରି ମେଡିକାଲରେ ଡାକ୍ତରୀମାଇନା କରିବା ପରେ ଘଟଣାର ଛାନଭିନ ଆରମ୍ଭ କରିଛି | ସେପଟେ ଦୁଷ୍କର୍ମ କରିଥିବା ଏମଭି ୮୦ ଗ୍ରାମର ୨୬ ବର୍ଷୀୟ ବିବାହିତ ଯୁବକ ଅଶୋକ ସରକାର ଫେରାର ଥିବାର ସୂଚନା ମିଳିଛି | ସୂଚନାଯୋଗ୍ୟ ଯେ ଯୁବତୀର ମାଆଙ୍କ ମୃତ୍ୟୁ ହୋଇସାରିଥିବାବେଳେ ବାପା ରାତିରେ ମାଛ ମାରିବାକୁ ନିକଟସ୍ଥ ପୋଖରୀକୁ ଯାଇଥିଲେ |
ଯୁବତୀ ଜଣଙ୍କ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ଜୋରଜବରଦସ୍ତ ଘରେ ପଶି ମାରିଦେବାକୁ ଧମକ ଦେଇ ଦୁଷ୍କର୍ମ କରିଥିବାର ଯୁବତୀ ମୋଟୁ ଥାନାରେ ଅଭିଯୋଗ କରିଥିବାର ଜଣାପଡିଛି | ଏ ସମ୍ପର୍କରେ ମୋଟୁ ଥାନାରେ ଅଭିଯୁକ୍ତ ଯୁବକ ବିରୁଦ୍ଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି ବୋଲି କହିଛନ୍ତି ସବ ଇନ୍ସପେକ୍ଟର ଲକ୍ଷ୍ମୀଧର ଲେଙ୍କା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/0GFvu4XZTJZBuj7oxz8S.jpeg)