ରାଉରକେଲା /ବଣାଇଗଡ଼: ଅପରାଧିକ ମାମଲା ଥମିବାର ନାଁ ଧରୁନି। ପୁଣି ଲଜ୍ଜା, ବିଶ୍ୱକର୍ମା ପୂଜା ଦେଖି ଫେରୁଥିବାବେଳେ ଗଣବଳାତ୍କାରର ଶିକାର ହୋଇଛନ୍ତି ଜଣେ ନାବାଳିକା। ଘଟଣାରୁ ପ୍ରକାଶ ଯେ, କେ ବଲାଙ୍ଗ ଅଞ୍ଚଳରୁ ବରସୁଆଁକୁ ବିଶ୍ୱକର୍ମା ପୂଜା ଦେଖିବାକୁ ଯାଇ ଫେରୁଥିବା ସମୟରେ ନାବାଳିକାଙ୍କ ସାଥୀମାନଙ୍କୁ ଭୟଭୀତ କରି ନାବାଳିକାଙ୍କୁ ଟେକି ନେଇଥିଲେ ଦୁଇଜଣ ଯୁବକ। ଏଥିନେଇ ପୀଡ଼ିତାଙ୍କୁ ପାଇବା ପରେ ସମସ୍ତେ କେ ବଲାଙ୍ଗ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୁଲିସ କେ ବଲାଙ୍ଗ ଥାନାରେ ଏକ ମାମଲା ନମ୍ବର ୧୧୭/୨୫ ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

କେ ବଲାଙ୍ଗ ଅଞ୍ଚଳରୁ ବରସୁଆଁକୁ ବିଶ୍ୱକର୍ମା ପୂଜା ଦେଖିବାକୁ ଯାଇ ଫେରୁଥିବା ସମୟରେ ନାବାଳିକାଙ୍କ ସାଥୀମାନଙ୍କୁ ଭୟଭୀତ କରି ନାବାଳିକାଙ୍କୁ ଟେକି ନେଇଥିଲେ ଦୁଇଜଣ ଯୁବକ। ଏଥିନେଇ ପୀଡ଼ିତାଙ୍କୁ ପାଇବା ପରେ ସମସ୍ତେ କେ ବଲାଙ୍ଗ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୁଲିସ କେ ବଲାଙ୍ଗ ଥାନାରେ ଏକ ମାମଲା ନମ୍ବର ୧୧୭/୨୫ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବରସୁଆଁ ଅଞ୍ଚଳର ଦୁଇଜଣ ବଳାତ୍କାର ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଆଜି ସମସ୍ତଙ୍କର ଡାକ୍ତରୀ ମାଇନା କରାଯିବ ବୋଲି କେ ବଲାଙ୍ଗ ପୁଲିସ ସୂଚନା ଦେଇଛି।

ବରସୁଆଁ ଅଞ୍ଚଳର ଦୁଇଜଣ ବଳାତ୍କାର ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଆଜି ସମସ୍ତଙ୍କର ଡାକ୍ତରୀ ମାଇନା କରାଯିବ ବୋଲି କେ ବଲାଙ୍ଗ ପୁଲିସ ସୂଚନା ଦେଇଛି। ବାରମ୍ବାର ନାବାଳିକାଙ୍କ ପ୍ରତି ଘଟୁଥିବା ଅସଦାଚରଣ ମାମଲା ବଢିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।