ରାଉରକେଲା: ନିଜ ୧୩ ବର୍ଷର ନାବାଳିକା ଝିଅକୁ ଦିନେ କି ମାସେ ନୁହେଁ, ଦୀର୍ଘ ୪ ବର୍ଷ ଧରି ଶାରୀରିକ ଶୋଷଣ କରି ଆସୁଥିଲା ରାକ୍ଷସ ବାପା। ସେ ପୁଣି କୌଣସି ସାଧାରଣ ଲୋକ ନୁହେଁ, ରାଉରକେଲାର ପ୍ରତିଷ୍ଠିତ ରାଷ୍ଟ୍ରାୟତ୍ତ ଶିଳ୍ପାନୁ​ଷ୍ଠାନର ଜଣେ ଅଧିକାରୀ। ପତ୍ନୀଙ୍କ ମୃତ୍ୟୁ ପରେ ଅଭିଯୁକ୍ତର ବଡ଼ ଝିଅ ୪ ବର୍ଷ ହେଲା ବାହାରେ ରହି ପାଠ ପଢ଼ୁଥିଲେ। ଏହାର ସୁଯୋଗରେ ସାନଝିଅ ଉପରେ ପକାଇଥିଲା ପାପଦୃଷ୍ଟି। ୪ ବର୍ଷ ହେଲା ନିରୀହ ନାବାଳିକା ଝିଅର ଅସହାୟତାର ଫାଇଦା ଉଠାଇ କରି ଚାଲିଥିଲା ଶୋଷଣ। ମାଆ ଛେଉଣ୍ଡ ପୀଡ଼ିତା ଜଣକ ଏକଥା କାହାକୁ ଜଣାଇ ମଧ୍ୟ ପାରୁନଥିଲେ। ତେବେ ଅତ୍ୟାଚାର ଅସହ୍ୟ ହେବାରୁ କିଛିଦିନ ପୂର୍ବରୁ ସାହସ ଜୁଟାଇ ବଡ଼ଭଉଣୀକୁ ସବୁକଥା କହିଥିଲେ।

Advertisment

ଗତ ୬ ତାରିଖରେ ନାବାଳିକା ଜଣକ ଶେଷଥର ଅଭିଯୁକ୍ତ ବାପାର ଆସଦାଚାରର ଶିକାର ହୋଇଥିଲେ। ଏହାପରେ ନିଜ ଦାଦାଙ୍କୁ ଜଣାଇଥିଲେ। ଦାଦାଙ୍କ ସହ ଯାଇ ଥାନା​ରେ ଲିଖିତ ଅଭିଯୋଗ କରିଥିଲେ। ଗୁରୁବାର ସେକ୍ଟର୍‌-୧୫ ପୁଲିସ୍‌ ଅଭିଯୁକ୍ତ ବାପାକୁ ଗିରଫ କରି କୋର୍ଟଚାଲାଣ କରିଛି।