ରାଉରକେଲା: ମୁମ୍ବାଇର ଟାଟା ମେମୋରିଆ ହସ୍ପିଟାଲର ବିରଳ ଗ୍ରୁପ ରକ୍ତ ‘ ବମ୍ବେ ଆର୍ଏଚ୍ ନେଭେଟିଭ୍’ ରାଉରକେଲାର ଜଣେ ଗର୍ଭବତୀଙ୍କ ଜୀବନ ବଞ୍ଚାଇଛି। ରାଉରକେଲା ସରକାରୀ ଡାକ୍ତରଖାନାର (ଆର୍ଜିଏଚ୍) ରକ୍ତଭଣ୍ଡାର ବରିଷ୍ଠ ମେଡିକାଲ ଅଫିସ୍ର ଡାକ୍ତର ଏମ୍ ସୋରେନ୍, ୟୁନିଭର୍ସାଲ୍ ବ୍ଲଡ ସଙ୍ଗଠନର ବିନୟ ସେଠୀ ଓ ଫେଡେରେସନ୍ ଅଫ୍ ବ୍ଲଡ ଡୋନ୍ର ସଙ୍ଗଠନର ଅନୁପମ ଗୁପ୍ତାଙ୍କ ଉଦ୍ୟମ ଯୋଗୁ ସଂପୃକ୍ତ ମହିଳାଙ୍କ ପରିବାର ଏହି ବିରଳ ଗ୍ରୁପ୍ ରକ୍ତ ପାଇବାରେ ସକ୍ଷମ ହୋଇଥିଲେ। ରକ୍ତ ପ୍ୟାକେଟ୍ ଆସିବାକୁ ଟାଟା ମେମୋରିଆଲ ହସ୍ପିଟାଲରୁ ମୁମ୍ବାଇ ବିମାନବନ୍ଦର ପର୍ଯ୍ୟନ୍ତ ଗ୍ରିନ୍ କରିଡର କରାଯାଇଥିଲା। ମୁମ୍ବାଇରୁ ବିମାନ ଯୋଗେ ରାଞ୍ଚି ବିମାନ ବନ୍ଦର ପର୍ଯ୍ୟନ୍ତ ଆସିଥିଲା। ରାଞ୍ଚିରୁ ଟ୍ରେନ୍ ଯୋଗେ ରାଉରକେଲାରେ ପହଞ୍ଚିଥିଲା। ଆଜି (ଶୁକ୍ରବାର) ସହରରେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମହିଳାଙ୍କୁ ଏହି ରକ୍ତ ଦିଆଯିବ।
ଭାରତରେ ଏହି ବିରଳ ଗ୍ରୁପ୍ ରକ୍ତ ମାତ୍ର ୭ ବ୍ୟକ୍ତିଙ୍କଠାରେ ରହିଛି। ଓଡ଼ିଶାର ଏହି ବିରଳ ଗ୍ରୁପ୍ ରକ୍ତ ମିଳେ ନାହିଁ ବୋଲି ଆର୍ଏଚ୍ର ରକ୍ତଭଣ୍ଡାର ଡାକ୍ତର ଏମ୍. ସୋରେନ୍ କହିଛନ୍ତି। ଏଥିପାଇଁ ଗର୍ଭବତୀଙ୍କ ପରିବାର ଡାକ୍ତର ସୋରେନ୍ ଓ ଅନ୍ୟମାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଉରକେଲା ମେନ୍ରୋଡ ରହୁଥିବା ଖୁସ୍ବୁନ୍ ନିଶା ଗର୍ଭବତୀ ଥିଲେ। ଗର୍ଭଯନ୍ତ୍ରଣା ହେବାରୁ ପରିବାରଲେକେ ତାଙ୍କୁ ସହରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେ ‘ପ୍ଲାସେଣ୍ଟିଆ ପ୍ରିଭିଆ’ ନାମକ ରୋଗରେ ଆକ୍ରାନ୍ତ। ପ୍ରସୂତି ସମୟରେ ଆବଶ୍ୟକ ରକ୍ତ ପାଇଁ ରକ୍ତ ଗ୍ରୁପ୍ ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ତାଙ୍କର ବିରଳ ଗ୍ରୁପ୍ ‘ ବମ୍ବେ ଆର୍ଏଚ୍ ନେଭେଟିଭ୍’ ଥିବା ଜଣାପଡ଼ିଥିଲା। ଚିକିତ୍ସାଧୀନ ଡାକ୍ତର ମହିଳାଙ୍କ ପରିବାରକୁ ଆର୍ଜିଏଚ୍ ରକ୍ତଭଣ୍ଡାରରୁ ଏହି ବିରଳ ଗ୍ରୁପ୍ ରକ୍ତ ଆଣିବାକୁ କହିଥିଲେ। ପରିବାର ଲୋକ ରକ୍ତଭଣ୍ଡାରରେ ଡାକ୍ତର ଏମ୍. ସୋରେନଙ୍କୁ ‘ବମ୍ବେ ଆର୍ଏଚ୍ ନେଗେଟିଭ୍’ ବ୍ଲଡ ଦେବାକୁ କହିଥିଲେ। ଡାକ୍ତର ସୋରେନ ପ୍ରଥମ କରି ଏହି ବିରଳ ଗ୍ରୁପ୍ ଦେଖି ଚକିତ ହୋଇଯାଇଥିଲେ। ପରେ ସେ ରାଉରକେଲାର ଫେଡେରେସନ୍ ବ୍ଲକ ଗ୍ରୁପ୍ର ଅନୁପମ ଗୁପ୍ତାଙ୍କ ଯୋଗାଯୋଗ କରିଥିଲେ। ଅନୁପମ୍ ଦେଶରେ ବିଭିନ୍ନ ରାଜ୍ୟରେ କାମ କରୁଥିବା ‘ୟୁନିଭରସାଲ୍ ବ୍ଳଡ’ ସଙ୍ଗଠନର ସିଇଓ ବିନୟ ସେଠୀଙ୍କ ସହ ଯୋଗାଯୋଗ କରିଥିଲେ। ଶ୍ରୀ ସେଠୀ ଦେଶର ରକ୍ତଦାନ କରୁଥିବା ବିଭିନ୍ନ ସଙ୍ଗଠନ ଓ ହସ୍ପିଟାଲ ସହ ଯୋଗାଯୋଗ କରିଥିଲେ। ଶେଷରେ ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲରେ ଏହି ବିରଳ ଗ୍ରୁପ୍ ରକ୍ତଥିବା ଜାଣିବାକୁ ପାଇଥିଲେ। ପରେ ସଂପୃକ୍ତ ମହିଳାଙ୍କ ରକ୍ତ ନମୁନା ଟାଟା ମେମୋରିଆଲ ହସ୍ପିଟାଲକୁ ପଠାଯାଇଥିଲା। ଏହି ରକ୍ତ ହସ୍ପିଟାଲରୁ ମୁମ୍ବାଇ ବିମାନ ବନ୍ଦର ପର୍ଯ୍ୟନ୍ତ ଗ୍ରିନ୍ କରିଡରରେ ଆସିଥିଲା। ଏହି ରକ୍ତ ପ୍ୟାକେଟ ବିମାନ ଯୋଗେ ରାଞ୍ଚି ପହଞ୍ଚିବା ସେଠାରୁ ଟ୍ରେନ୍ରେ ରାଉରକେଲା ଆଣିଯାଇଛି।

rourkela