ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଭେଟେରାନ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ରାଜନୀତିରେ ପ୍ରବେଶ କରିଛନ୍ତି। ସେ ଭାରତୀୟ ଜନତା ପାର୍ଟିର ସଦସ୍ୟ ହୋଇଛନ୍ତି। ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜା ଗୁଜୁରାଟର ଜାମନଗରରୁ ଜଣେ ବିଜେପି ବିଧାୟକ ଅଛନ୍ତି । ରିବାବା ନିକଟରେ ଜାଡେଜାଙ୍କ ବିଷୟରେ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ସେୟାର କରିଥିଲେ। ସେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ରବିନ୍ଦ୍ର ଜାଡେଜା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି।
ନିକଟରେ ଜାଡେଜା ଟି -୨୦ ବିଶ୍ୱକପ ୨୦୨୪ ପରେ ଏହି ଫର୍ମାଟରୁ ଅବସର ଘୋଷଣା କରିଥିଲେ। ରବିନ୍ଦ୍ର ଜାଡେଜା ପତ୍ନୀ ରିବାବାଙ୍କ ସହ ଅନେକ ଥର ପ୍ରଚାର କରିଛନ୍ତି। ନିର୍ବାଚନ ସମୟରେ ସେ ତାଙ୍କ ପତ୍ନୀ ରିବାବାଙ୍କ ସହ ବିଜେପି ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ସେ ଅନେକ ରୋଡ୍ ସୋ ମଧ୍ୟ କରିଥିଲେ | ଜାଡେଜାଙ୍କ ପତ୍ନୀ ରିବାବା ଜାମନଗର ଉତ୍ତରରୁ ବିଧାୟିକା ଅଛନ୍ତି |
ଏବେ ରବିନ୍ଦ୍ର ଜାଡେଜା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ଉଲ୍ଲେଖ ଥାଉ କି ଟି -୨୦ ବିଶ୍ୱକପ ୨୦୨୪ ପରେ ରିବାବା ଏବଂ ରବିନ୍ଦ୍ର ଜାଡେଜା ଟିମ୍ ଇଣ୍ଡିଆ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ତାଙ୍କର ଆନ୍ତର୍ଜାତୀୟ ରେକର୍ଡ ଭଲ ରହିଛି। ଜାଡେଜା ଟି -୨୦ ବିଶ୍ୱକପ ୨୦୨୪ ପରେ ଟି -୨୦ ଆନ୍ତର୍ଜାତୀୟ ଫର୍ମାଟରୁ ଅବସର ଘୋଷଣା କରିଥିଲେ। ଜାଡେଜା ଭାରତ ପାଇଁ ୭୪ଟି ଟି -୨୦ ମ୍ୟାଚ୍ ଖେଳିଛନ୍ତି।
ଏହି ଅବଧି ମଧ୍ୟରେ ୫୧୫ ରନ୍ ସ୍କୋର କରିଥିବାବେଳେ ୫୪ଟି ୱିକେଟ୍ ମଧ୍ୟ ନେଇଛନ୍ତି। ଜାଡେଜା ତଥାପି ଭାରତ ପାଇଁ ଦିନିକିଆ ଏବଂ ଟେଷ୍ଟ ଖେଳିବେ | ତାଙ୍କ ସହ ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ଟି -୨୦ ଫର୍ମାଟରୁ ଅବସର ଘୋଷଣା କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/post_attachments/wp-content/uploads/2018/08/ravindra-jadeja-pti.jpg)