ମତଦାନ କଲେ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ଭାଇରାଲ ହେଲା ଧାଡ଼ିରେ ଠିଆ ହୋଇଥିବାର ଫଟୋ

ମୁମ୍ବାଇ : ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇ ସାରିଥିବା ବେଳେ ଲୋକମାନେ ନିଜ ନିଜର ନେତା ବାଛିବା ପାଇଁ ପୋଲିଂ ବୁଥ୍‌ରେ ପହଞ୍ଚିଛନ୍ତି । ନିଜର ମୁଲ୍ୟବାନ ଭୋଟ୍‌ ଦେଇ ଦେଶର ସରକାର ଗଠନ କରିବା ପାଇଁ ମତଦାନ କେନ୍ଦ୍ରରେ ଧାଡ଼ି ଲଗାଇ ଠିଆ ହୋଇଛନ୍ତି ଲୋକେ । ତେବେ ସାଧାରଣ ଲୋକମାନଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି  ମଧ୍ୟ ମତଦାନ କରୁଥିବାର ଫଟୋ ଭାଇରାଲ ହୋଇଛି । କିଛି ସମୟ ପୂର୍ବରୁ ବଲିଉଡ୍‌ କଳାକାରମାନଙ୍କର ମତଦାନ ଦେବାର ଫଟୋ ଭାଇରାଲ ହୋଇଥିବା ବେଳେ ଏବେ ଓଡ଼ିଆ ଆଇଏଏସ୍‌ ଅଫିସର ତଥା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମତଦାନ ପାଇଁ ଧାଡ଼ିରେ ଠିଆ ହୋଇଥିବା ଫଟୋ ଭାଇରାଲ ହୋଇଛି ।

ମୁମ୍ବାି  ପେଡାର ରୋଡ୍‌ର ପୋଲିଂ ବୁଥ୍‌ ୪୦ ଏବଂ ୪୧ରେ ପହଞ୍ଚି ରିଜର୍ଭ ବ୍ୟାଙ୍କ  ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଧାଡ଼ିରେ ଠିଆ ହୋଇ ମତଦାନ କରିଥିଲେ । ମତଦାନ ପରେ ତାଙ୍କର ଆଉ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ତାଙ୍କ ଆଙ୍ଗୁଠିରେ ଭୋଟ୍‌ କାଳି ଲଗା ଯାଇଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର