ନୂଆଦିଲ୍ଲୀ: ଭାରତୀୟ ବଜାରରେ ମୁଦ୍ରା ଅପେକ୍ଷା ନୋଟ୍ ଅଧିକ ପ୍ରଚଳିତ | ଏହି କାରଣରୁ ଭାରତ ସରକାର ମୁଦ୍ରା ଅପେକ୍ଷା ନୋଟ୍ ଛାପିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଆଜି ଆପଣଙ୍କୁ ଏହି ଆଲେଖ୍ୟରେ କହିବୁ ଯେ ଭାରତର ୧୦, ୨୦, ୫୦, ୧୦୦, ୨୦୦ ଏବଂ ୫୦୦ ଟଙ୍କିଆ ନୋଟ ଛାପିବାରେ ଆରବିଆଇକୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡେ । ମିଳିଥିବା ସୂଚନା ଅନୁଯାୟୀ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନୋଟ୍ ପ୍ରିଣ୍ଟିଂ ଲିମିଟେଡ୍ (BRBNML) ୨୦୨୧-୨୨ ଆର୍ଥିକ ବର୍ଷରେ ୧୦ ଟଙ୍କିଆ ୧ ହଜାର ନୋଟ ଛାପିବା ପାଇଁ ୯୬୦ ଟଙ୍କା ଖର୍ଚ୍ଚ କରିଥିଲା।

Advertisment

ଏହି ଅନୁଯାୟୀ, ଖଣ୍ଡେ ୧୦ ଟଙ୍କା ନୋଟ ଛାପିବା ପାଇଁ ସରକାରଙ୍କୁ ୯୬ ପଇସା ଖର୍ଚ୍ଚ କରିବାକୁ ପଡେ। ସେହି ବର୍ଷ ୨୦ ଟଙ୍କିଆ ୧ହଜାର ନୋଟ୍ ଛାପିବା ପାଇଁ ୯୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଲା | ଏହାର ଅର୍ଥ ଗୋଟିଏ ୨୦ ଟଙ୍କିଆ ନୋଟ୍ ଛାପିବା ପାଇଁ ୯୫ ପଇସା ଖର୍ଚ୍ଚ ହୋଇଛି | ଯେତେବେଳେ କି, ୫୦ ଟଙ୍କିଆ ଏକ ହଜାର ନୋଟ୍ ଛାପିବା ପାଇଁ ୧୧୩୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି | ଏହାର ଅର୍ଥ ହେଉଛି ୫୦ ଟଙ୍କିଆ ନୋଟ୍ ଛାପିବା ପାଇଁ ଆରବିଆଇକୁ ୧ ଟଙ୍କା ୧୩ ପଇସା ଖର୍ଚ୍ଚ କରିବାକୁ ପଡିଛି |

୧୦୦ ଟଙ୍କା ମୂଲ୍ୟର ଏକ ହଜାର ନୋଟ୍ ଛାପିବା ପାଇଁ ଆରବିଆଇକୁ ମୋଟ ୧୭୭୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା। ଏହାର ଅର୍ଥ ହେଉଛି ୧୦୦ ଟଙ୍କିଆ ନୋଟ୍ ଛାପିବା ପାଇଁ ଆରବିଆଇକୁ ନୋଟ ପିଛା ୧.୭୭ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା | ୨୦୦ ଟଙ୍କା ନୋଟ୍ ବିଷୟରେ କହିବାକୁ ଗଲେ, ଆରବିଆଇକୁ ଏକ ହଜାରଟି ୨୦୦ ଟଙ୍କିଆ ନୋଟ୍ ଛାପିବା ପାଇଁ ୨୩୭୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା |

ଏହାର ଅର୍ଥ ହେଉଛି ଗୋଟିଏ ୨୦୦ ଟଙ୍କିଆ ନୋଟ୍ ଛାପିବା ପାଇଁ ଆରବିଆଇକୁ ୨.୩୭ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା  | ୫୦୦ ଟଙ୍କିଆ ନୋଟ୍ ବିଷୟରେ କହିବାକୁ ଗଲେ, ଆରବିଆଇକୁ ଏକ ହଜାରଟି ନୋଟ୍ ଛାପିବା ପାଇଁ ୨୨୯୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା | ଏହାର ଅର୍ଥ ହେଉଛି ଗୋଟିଏ ୫୦୦ ଟଙ୍କା ନୋଟ୍ ଛାପିବା ପାଇଁ ଆରବିଆଇକୁ ୨.୨୯ ପଇସା ଖର୍ଚ୍ଚ କରିବାକୁ ପଡିଥିଲା |