ଭୁବନେଶ୍ୱର: ଚଳିତ ମାସ ୧୯ ତାରିଖରେ ରାଜ୍ୟର ୩୪ଟି ବୁଥରେ ସାନି ମତଦାନ ହେବ। ଗତ ଏପ୍ରିଲ ୨୩ରେ ହୋଇଥିବା ତୃତୀୟ ପର୍ଯ୍ୟାୟ ମତଦାନ ଓ ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ୧୦ଟି ଜିଲ୍ଲାର ୩୪ଟି ମତଦାନ କେନ୍ଦ୍ରରେ ବିଭ୍ରାଟ ହୋଇଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ସଂପୃକ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ସାନି ମତଦାନ ସଂପର୍କରେ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଦେବଗଡ଼, ଅନୁଗୁଳ, କଟକ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, ବାଲେଶ୍ୱର ଓ ମୟୂରଭଂଜ ଜିଲ୍ଲାରେ ସାନି ମତଦାନ ହେବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp