ରାଜ୍ୟର ୯ଟି ବୁଥରେ ସାନି ମତଦାନ ଜାରି, ଅପରାହ୍ଣ ୩ଟା ସୁଦ୍ଧା ୬୩% ମତଦାନ

ଭୁବନେଶ୍ୱର: ରାଜ୍ୟର ସୁନ୍ଦରଗଡ଼, କନ୍ଧମାଳ, ବରଗଡ଼ ଓ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୯ଟି ବୁଥରେ ଗୁରୁବାର ସାନି ମତଦାନ ଜାରି ରହିଛି। ଅପରାହ୍ଣ ୩ଟା ଯାଏଁ ୬୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।

ଏହି ୯ଟି ବୁଥରେ ଚଳିତ ମାସ ୧୮ ତାରିଖରେ ମତଦାନ ବେଳେ କୌଣସି କାରଣରୁ ତ୍ରୁଟି ଦେଖାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ନିର୍ବାଚନ ଅଧିକାରୀ ସାନି ମତଦାନ କରିବାକୁ ନିର୍ବାଚନ କମିସନଙ୍କୁ ସୁପାରିଶ କରିଥିଲେ। ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ପରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ମତଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ।

ସାନି ମତଦାନ ବୁଥ୍‌ ଗୁଡ଼ିକ

ସୁନ୍ଦରଗଡ଼: ବଣାଇ ବିଧାନସଭା ଆସନ: ୧୨୯ ନମ୍ବର ବୁଥ
ସୁନ୍ଦରଗଡ଼: ସଦର ବିଧାନସଭା ଆସନ: ୨୧୩ ନମ୍ବର ବୁଥ
କନ୍ଧମାଳ: ଦଶପଲ୍ଲା ବିଧାନସଭା ଆସନ: ୨୧୦ ନମ୍ବର ବୁଥ
କନ୍ଧମାଳ: ଦଶପଲ୍ଲା ବିଧାନସଭା ଆସନ: ୨୨୨ ନମ୍ବର ବୁଥ
ବରଗଡ଼: ଅତାବିରା ବିଧାନସଭା ଆସନ: ୨୩୫ ନମ୍ବର ବୁଥ
ବରଗଡ଼: ସଦର ବିଧାନସଭା ଆସନ: ୬୮ ନମ୍ବର ବୁଥ
ବରଗଡ଼: ପଦ୍ମପୁର ବିଧାନସଭା ଆସନ: ୧୬ ନମ୍ବର ବୁଥ
ବରଗଡ଼: ବ୍ରଜରାଜନଗର ବିଧାନସଭା ଆସନ: ୨୫୪ ନମ୍ବର ବୁଥ
ଆସିକା: ସୋରଡ଼ା ବିଧାନସଭା ଆସନ: ୧୮୨ ନମ୍ବର ବୁଥ

ସମ୍ବନ୍ଧିତ ଖବର