ଆଜିକାଲି ଲୋକେ ପ୍ରତ୍ୟେକ ଦିନ ସାଇବର ଠକାମୀର ଶିକାର ହେଉଛନ୍ତି। ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଉପାୟରେ ଳୋକଙ୍କୁ ଠକୁଛନ୍ତି ସାଇବର ଠକମାନେ।
ନିକଟରେ ଏକ ନୂଆ ଧରଣର ସାଇବର ଠକାମୀ ମାମଲା ସାମ୍ନାକୁ ଆସିଛି। ମୁମ୍ୱାଇର ଜଣେ ମହିଳାଙ୍କ ଉପରେ ଇନ୍ଷ୍ଟାଗ୍ରାମ ରିଲ୍ ଦେଖିବା ଭାରୀ ପଡ଼ିଛି।
ମିଡ଼ିଆ ରିପୋର୍ଟ ଅନୁସାରେ, ମହିଳା ଜଣକ ନଭେମ୍ବର ୩୦ ତାରିଖରେ ଇନ୍ଷ୍ଟାଗ୍ରାମରେ ରିଲ୍ ଦେଖୁଥିଲେ। ସେହି ସମୟରେ ତାଙ୍କ ଧ୍ୟାନ ଏକ ଭିଡିଓ ଉପରକୁ ଗଲା। ଭିଡିଓରେ କୁହାଯାଉଥିଲା କି କିପରି ସହଜ ଉପାୟରେ ରାତାରାତି ଜଣେ ମାଲାମାଲ୍ ହୋଇପାରିବ।
ତାପର ମହିଳା ଜଣକ ସେହି ଲିଙ୍କ ଉପରେ କ୍ଲିକ୍ କରିଦେଲେ। ଏହାପରେ ମହିଳାଙ୍କୁ ଟେଲିଗ୍ରାମ ଗ୍ରୁପରେ ସଂଯୋଗ କରାଗଲା। ଏହାପରେ ମହିଳା ଜଣକ ଜଣେ ପୁରୁଷ ସହ କଥା ହେଲେ। ଯିଏ ନିଜକୁ ଚାକିରି ସଂଯୋଜକ ବୋଲି କହିଥିଲେ।
ତାପରେ ସେ ମହିଳାଙ୍କୁ ଏକ ସରଳ ଉପାୟରେ ଭଲ ରୋଜଗାରର କଥା ଦେଲେ। ମହିଳା ଜଣକ ବି ତାଙ୍କ କଥାରେ ଆସିଗଲେ। ତାପର ମହିଳା ଜଣକ ୩ ଥରରେ ୬.୩୭ ଲକ୍ଷ ଟଙ୍କା ଦେଇଦେଲେ। ତାପରେ ମହିଳା ରିଟର୍ଣ୍ଣ ପାଇଁ ଅପେକ୍ଷା କଲେ।
କିଛି ଦିନ ବିତିଗଲା। ହେଲେ ମହିଳାଙ୍କୁ କିଛି ବି ଟଙ୍କା ମିଳିଲାନି। ତାପର ସେ ଉକ୍ତ ବ୍ୟକ୍ତିଙ୍କ ସହ ପୁନର୍ବାର ଯୋଗାଯୋଗ କଲେ। ସେ ମହିଳାଙ୍କୁ ଟ୍ୟାକ୍ସ ନାମରେ ପୁଣି ଟଙ୍କା ମାଗିଲେ। ତାପରେ ମହିଳା ଜଣକ ନିଶ୍ଚିତ ହୋଇଗଲେ ଯେ ସେ ଠକାମୀର ଶିକାର ହୋଇଛନ୍ତି। ତାପର ସେ ପୁଲିସ୍ ପାଖକୁ ଯାଇ ପୂରା କଥା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/8WAvh0r3Z7ZAKB7FgMJ2.jpg)