ଦେଓଗାଁ: ଷାଠିଏ ଘର ଡୁମାଲ ସାମଜ ଫପସି ଚକ ଆନୁକୁଲ୍ୟରେ ବୁଢ଼ାବାହାଲ ସ୍ଥିତ ମାହେଶ୍ୱରୀ ପୀଠରେ ଫପସି ଚକ ଉପ ସଭାପତି ବିରଞ୍ଚି ପଧାନଙ୍କ ସଭାପତିତ୍ବରେ ଆଞ୍ଚଳିକ ମହାସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ  ଅତିଥି ଭାବେ ଡୁମାଲ ସମାଜ ଜିଲ୍ଲା ସଭାପତି ଲମ୍ବୋଦର ମହାକୁଡ, ସମ୍ମାନିତ ଅତିଥି ଭାବେ ରାଜ୍ୟ  ଡୁମାଲ ଯୁବ ପରିଷଦ ସଭାପତି ଦୟାନିଧୀ ଖମାରୀ, ରାଜ୍ୟ ପରିଷଦ ସଦସ୍ୟ ଚକା ନନ୍ଦ କମ୍ପ ଯୋଗ ଦେଇଥିଲେ।

Advertisment

ବଲାଙ୍ଗୀର ଜିଲ୍ଲାର ୨୭ଟି ଚକରୁ ଆସିଥିବା ଜାତି ଭାଇ ନିଜର ମତାମତ ପ୍ରଦାନ କରିଥିବା ବେଳେ ମହିଳା ନେତ୍ରୀ ସୌଦାମିନୀ ବଘାର, ପାରି ଡୁଙ୍ଗୁରି ଚକ ସଭାପତି ଶଶି ମହାକୁର, ବନମାଳୀ ପାତ୍ର, ସତ୍ୟବାଦୀ ମହାକୁର, ସଞ୍ଜୟ ମହାକୁର, କନ୍ଦର୍ପ ଦନ୍ତା, ପ୍ରଫୁଲ୍ଲ ବଘାର, କବିନ୍ଦ୍ର ପ୍ରଧାନ, ସଦାନନ୍ଦ ମେର୍ଲ୍ଲୀ, ମାହେଶ୍ୱରୀ ସେନା ଉପ ସଭପତି ରାହୁଲ ପାଧାନ ମଞ୍ଚାସୀନ ହୋଇ ନିଜର ସ୍ବାର୍ଥ ପାଇଁ ସମାଜକୁ ଭାଗ ଭାଗ କରା ନ ହେଉ , ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଅବହେଳିତ ହୋଇ ରହିଥିବା ଲୋକଙ୍କୁ ଚିହ୍ନଟ କରି ତାଙ୍କର କିଭଳି ଉନ୍ନତି ହେବ ସେ ଦିଗରେ କାର୍ଯ୍ୟ କରିବା ସହ ସାମାଜିକ ସଂଗଠନ କୁ ସୁଦୃଢ଼ କରି ଯୁବ ସମାଜକୁ ଆଗକୁ ଆଣିବା ପାଇଁ ମତ ପ୍ରଦାନ କରିଥିଲେ।

ଦେଓଗାଁ, ବଲାଙ୍ଗୀର,ସଇତଲା ବ୍ଲକର ୩୭ ଖଣ୍ଡ ଗାଁକୁ ନେଇ ଗଠନ ହୋଇଥିବା ଫପସି ଚକକୁ ଭଙ୍ଗ କରି ଗ୍ରାମ୍ୟ କମିଟି ଗଠନ କରିବା ପରେ ନୂଆ କମିଟି ଗଠନ କରିବା ପର୍ଯ୍ୟନ୍ତ ବିରଞ୍ଚି ପଧାନଙ୍କୁ କାର୍ଯ୍ୟକାରୀ ସଭାପତି ଭାବରେ ଦାୟିତ୍ୱ  ଚୟନ କରାଯାଇଥିଲା। ଫପସି ଚକ ସମ୍ପାଦକ ନାରାୟଣ କର୍ମୀ ସଂଯୋଜନା କରିଥିବା ବେଳେ କୋଷାଧ୍ୟକ୍ଷ ସଦାନନ୍ଦ ଗୁରାଣ୍ଢି ଧନ୍ୟବାଦ ଦେଇଥିଲେ। ସଭାପତି ହରେକୃଷ୍ଣ ମହାକୁରଏଥିରେ ଯୋଗ ଦେଇଥିଲେ।