ନୂଆଦିଲ୍ଲୀ : ଆସନ୍ତା ମେ’ ପହିଲାରୁ ଦେଶରେ ୩ୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଛି । ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ୪୫ ବର୍ଷ ବୟସ୍କ ଲୋକମାନେ ଟିକା ନେଇପାରିବେ । ଏଥିପାଇଁ ଏପ୍ରିଲ ୨୮ରୁ ପଂଜୀକରଣ ଆରମ୍ଭ ହେବ । ସରକାରଙ୍କ କୋଓ୍ବିନ ପ୍ଲାଟଫର୍ମ ଓ ଆରୋଗ୍ୟ ସେତୁ ଆପ ମାଧ୍ୟମରେ ଏହି ପର୍ଯ୍ୟାୟ ଟିକାକରଣ ପାଇଁ ପଂଜୀକରଣ କରାଯାଇପାରିବ । ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
Don’t get misguided by rumours/news stating that registration for vaccination of 18+ citizens to start from 24th April 2021! The registrations will start on the #CoWIN platform and Aarogya Setu App from 28th April 2021 onwards. Stay informed, stay safe! #IndiaFightsCoronapic.twitter.com/i2SwCyRgFY
— MyGovIndia (@mygovindia) April 22, 2021
ଆଜି କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ ୩ୟ ପର୍ଯ୍ୟାୟ ଟିକାକରଣ ପାଇଁ ଆସନ୍ତା ଶନିବାର ଅର୍ଥାତ ଏପ୍ରିଲ ୨୪ରୁ ପଂଜୀକରଣ ଆରମ୍ଭ ହେବ । ତେବେ ସରକାରଙ୍କ ପକ୍ଷରୁ ଏହି ସମ୍ବାଦକୁ ଖଣ୍ଡନ କରାଯାଇଛି । ଏପରି ଗୁଜବ ଓ ମିଥ୍ୟା ଖବର ଉପରେ ବିଶ୍ବାସ ନ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଗତ ସୋମବାରଦିନ କେନ୍ଦ୍ର ସରକାର ଦେଶରେ ୩ୟ ପର୍ଯ୍ୟାୟ ଟିକାକରଣ ସମ୍ପର୍କରେ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏହି ପର୍ଯ୍ୟାୟରେ କରୋନା ଟିକାର ମୂଲ୍ୟ ନିର୍ଦ୍ଧାରଣ, କ୍ରୟ, ବୟସସୀମା ଆଦିକୁ କୋହଳ କରାଯାଇଛି ।