ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ଦଲକି ଗ୍ରାମର ରାଜେଶ କୁଜୁରଙ୍କ ଜେଲରେ ମୃତ୍ୟୁ ଘଟଣା ନେଇ ଶୁକ୍ରବାର ବି କୌଣସି ସମାଧାନ ହୋଇପାରିଲା ନାହିଁ। ଗୁରୁବାର ଶହଶହ ଗ୍ରାମବାସୀ ରାଜେଶ କୁଜୁରଙ୍କ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବିକରି ବୀରମିତ୍ରପୁର ଅବକାରୀ କାର୍ଯ୍ୟାଳୟ ଘେରାଉ କରିଥିଲେ। ବିଜେପି ଜିଲ୍ଲା ସଭାପତି ପୂର୍ଣ୍ଣିମା କେରକେଟା, ସାଂସଦ ପ୍ରତିନିଧି ସଂଜୀବ ପ୍ରତାପ ସିଂହଦେଓ, ବ୍ଲକ୍ ପୂର୍ବତନ ଉପାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁ, ବ୍ଲକ୍ ସଭାପତି ଭୋଳାନାଥ ସାହୁଙ୍କ ନେତୃତରେ ରାଜେଶ କୁଜୁରଙ୍କ ପତ୍ନୀ ଅମ୍ରିତା କୁଜୁର ଓ ପରିବାରର ଅନ୍ୟ ସଦସ୍ୟମାନେ ରାଉରକେଲା ଅବକାରୀ କାର୍ଯ୍ୟାଳୟ ଯାଇ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ବି କୌଣସି ସୁଫଳ ମିଳିନଥିବା ଜଣାପଡ଼ିଛି। ରାଜେଶଙ୍କ ପତ୍ନୀ ଅମ୍ରିତା କୁଜୁରଙ୍କ ନିବେଦନ ପରେ ବିଜେପି ଜିଲ୍ଲା ସଭାପତି ପୂର୍ଣ୍ଣିମା କେରକେଟା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେବାସହ ରାଜେଶ କୁଜୁରଙ୍କ ପରିବାରଙ୍କୁ ନ୍ୟାୟ ପ୍ରଦାନ କରାଯିବା ପାଇଁ ଦାବି କରିଛନ୍ତି।
ଗତ ୧୫ ତାରିଖରେ ବୀରମିତ୍ରପୁର ଅବକାରୀ ବିଭାଗ ପକ୍ଷରୁ ଦଲକି ଗ୍ରାମରେ ଚଢ଼ଉ କରାଯାଇ ବେଆଇନ ମହୁଲିମଦ କରବାର ଅଭିଯୋଗରେ ରାଜେଶ କୁଜୁରଙ୍କୁ ଗିରଫ କରିବା ପରେ ତାଙ୍କୁ କୋର୍ଟ ପଠାଯାଇଥିଲା। ସେଠାରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ୍ ପଠା ଯାଇଥିଲା। ସେହିଦିନ ରାତିରେ ରାଜେଶଙ୍କ ସ୍ୱାସ୍ଥ୍ୟ ଖରାପହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ରାଜେଶଙ୍କୁ ପୁଲିସ ମାଡ଼ମାରି ଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରି ତାଙ୍କୁ ଉଚିତ ନ୍ୟାୟ ପାଇଁ ପରିବାର ଓ ଗ୍ରାମବାସୀ ଆନ୍ଦୋଳନ କରିଆସୁଛନ୍ତି। ରାଜେଶଙ୍କ ମୃତଦେହ ବର୍ତ୍ତମାନ ରାଉରକେଲା ସରକାରୀ ଡାକ୍ତରଖାନା ମର୍ଗରେ ରହିଛି।
ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ବୀରମିତ୍ରପୁର ଅବକାରୀ ବିଭାଗ ପକ୍ଷରୁ ଦଲକି ଗ୍ରାମରେ ଚଢ଼ଉ କରାଯାଇ ବେଆଇନ ମହୁଲିମଦ କରବାର ଅଭିଯୋଗରେ ରାଜେଶ କୁଜୁରଙ୍କୁ ଗିରଫ କରିବା ପରେ ତାଙ୍କୁ କୋର୍ଟ ପଠାଯାଇଥିଲା। ସେଠାରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ୍ ପଠା ଯାଇଥିଲା। ସେହିଦିନ ରାତିରେ ରାଜେଶଙ୍କ ସ୍ୱାସ୍ଥ୍ୟ ଖରାପହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ରାଜେଶଙ୍କୁ ପୁଲିସ ମାଡ଼ମାରି ଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରି ତାଙ୍କୁ ଉଚିତ ନ୍ୟାୟ ପାଇଁ ପରିବାର ଓ ଗ୍ରାମବାସୀ ଆନ୍ଦୋଳନ କରିଆସୁଛନ୍ତି। ରାଜେଶଙ୍କ ମୃତଦେହ ବର୍ତ୍ତମାନ ରାଉରକେଲା ସରକାରୀ ଡାକ୍ତରଖାନା ମର୍ଗରେ ରହିଛି।