୨୫ରେ ରାଜ୍ୟର ୯ଟି ବୁଥରେ ହେବ ସାନି ମତଦାନ

ଭୁବନେଶ୍ୱର: ଦିନକ ପରେ ଅର୍ଥାତ ଏପ୍ରିଲ ୨୫ରେ ରାଜ୍ୟର ସୁନ୍ଦରଗଡ଼, କନ୍ଧମାଳ, ବରଗଡ଼ ଓ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୯ଟି ବୁଥରେ ପୁନଃ ମତଦାନ ହେବ। ଏହି ୯ଟି ବୁଥରେ ଚଳିତ ମାସ ୧୮ ତାରିଖରେ ମତଦାନ ବେଳେ କୌଣସି କାରଣରୁ ତ୍ରୁଟି ଦେଖାଯାଇଥିଲା। ଏହାକୁ ଦୃଷ୍ଟିରେ ମୁଖ୍ୟ ନିର୍ବାଚନ ଅଧିକାରୀ ସାନି ମତଦାନ କରିବାକୁ ନିର୍ବାଚନ କମିସନଙ୍କୁ ସୁପାରିଶ କରିଥିଲେ। ସାନି ମତଦାନ ପାଇଁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାର ସୁରେନ୍ଦ୍ର କୁମାର କହିଛନ୍ତି, ଇଭିଏମ୍‌ ସହ ଭିଭିପାଟ୍‌ ଭୁଲ୍‌ ସଂଯୋଗ ପାଇଁ ୨ଟି ବୁଥ(ଦେବଗଡ଼ର ୧୮୩ ନମ୍ବର ଓ ବଡମ୍ବାର ୧୯୬ ନମ୍ବର)ରେ ମତଦାନ ସ୍ଥଗିତ ରଖାଯାଇଛି।

କେଉଁ ବୁଥରେ ହେବ ସାନି ମତଦାନ

-ସୁନ୍ଦରଗଡ଼: ବଣାଇ ବିଧାନସଭା ଆସନ: ୧୨୯ ନମ୍ବର ବୁଥ
-ସୁନ୍ଦରଗଡ଼: ସଦର ବିଧାନସଭା ଆସନ: ୨୧୩ ନମ୍ବର ବୁଥ
-କନ୍ଧମାଳ: ଦଶପଲ୍ଲା ବିଧାନସଭା ଆସନ: ୨୧୦ ନମ୍ବର ବୁଥ
-କନ୍ଧମାଳ: ଦଶପଲ୍ଲା ବିଧାନସଭା ଆସନ: ୨୨୨ ନମ୍ବର ବୁଥ
-ବରଗଡ଼: ଅତାବିରା ବିଧାନସଭା ଆସନ: ୨୩୫ ନମ୍ବର ବୁଥ
-ବରଗଡ଼: ସଦର ବିଧାନସଭା ଆସନ: ୬୮ ନମ୍ବର ବୁଥ
-ବରଗଡ଼: ପଦ୍ମପୁର ବିଧାନସଭା ଆସନ: ୧୬ ନମ୍ବର ବୁଥ
-ବରଗଡ଼: ବ୍ରଜରାଜନଗର ବିଧାନସଭା ଆସନ: ୨୫୪ ନମ୍ବର ବୁଥ
-ଆସିକା: ସୋରଡ଼ା ବିଧାନସଭା ଆସନ: ୧୮୨ ନମ୍ବର ବୁଥ

ଉପରୋକ୍ତ ବୁଥ ଗୁଡ଼ିକରେ ଏପ୍ରିଲ ୨୫ ସକାଳ ୭ଟାରୁ ମତଦାନ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ଯାଏଁ ଚାଲିବ।

ସମ୍ବନ୍ଧିତ ଖବର