ରାୟଗଡ଼ା: ରାୟଗଡ଼ା ଜିଲ୍ଳା ସଦର ମହକୁମାର ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଳା ହାଇସ୍କୁଲ ପଡ଼ିଆ ଠାରେ ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଳାସ୍ତରୀୟ ୭୬ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ବାସ୍ଥ୍ୟ ଓ ପରିବlର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲୋଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତଳୋନ କରି ଜିଲ୍ଳାବାସୀଙ୍କୁ ଉଦବୋଧନ ଦେଇ ସମବେତ ପ୍ୟାରେଡରେ ଅଭିବIଦନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳାପାଳ ପାରୁଲ ପଟାୱରୀଙ୍କ ସମେତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ସ୍ୱାଥୀ ଏସ କୁମାର ଉପସ୍ଥିତ ରହିଥିଲେ।
ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଯୋଗଦେଇ ନିଜର ଭାଷଣରେ କହିଲେ ଯେ ଭାରତ ଏକ ମହାନ ଦେଶର ଗଣତନ୍ତ୍ରକୁ ବଜାୟ ରଖିବା ପାଇଁ ସମସ୍ତଙ୍କର କର୍ତ୍ତବ୍ୟ ,ଆମ ସମ୍ବିଧାନ ରାଷ୍ଟ୍ରର ଅମୂଲ୍ୟ ସମ୍ପଦ I ରାଜନୈତିକ ସ୍ୱାଧୀନତା, ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ, ଧର୍ମ ନିରପେକ୍ଷତା, ବୈଷମ୍ୟମୁକ୍ତ ସମାଜ ପ୍ରତିଷ୍ଠା ଓ ମାନବାଧିକାର ପ୍ରତି ସମ୍ମାନ ପ୍ରଦର୍ଶନ ଆମ ସମ୍ବିଧାନର ମୌଳିକ ବିଶେଷତ୍ୱ ବୋଲି କହି ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶାରେ ଚାଲିଥିବା ବିଭିନ୍ନ ଜନହିତକାରୀ କାର୍ଯ୍ୟ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେI
ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଯୋଗଦେଇ ନିଜର ଭାଷଣରେ କହିଲେ ଯେ ଭାରତ ଏକ ମହାନ ଦେଶର ଗଣତନ୍ତ୍ରକୁ ବଜାୟ ରଖିବା ପାଇଁ ସମସ୍ତଙ୍କର କର୍ତ୍ତବ୍ୟ ,ଆମ ସମ୍ବିଧାନ ରାଷ୍ଟ୍ରର ଅମୂଲ୍ୟ ସମ୍ପଦ I ରାଜନୈତିକ ସ୍ୱାଧୀନତା, ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ, ଧର୍ମ ନିରପେକ୍ଷତା, ବୈଷମ୍ୟମୁକ୍ତ ସମାଜ ପ୍ରତିଷ୍ଠା ଓ ମାନବାଧିକାର ପ୍ରତି ସମ୍ମାନ ପ୍ରଦର୍ଶନ ଆମ ସମ୍ବିଧାନର ମୌଳିକ ବିଶେଷତ୍ୱ ବୋଲି କହି ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶାରେ ଚାଲିଥିବା ବିଭିନ୍ନ ଜନହିତକାରୀ କାର୍ଯ୍ୟ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ I
ଜିଲ୍ଳାସ୍ତରୀୟ ଗଣତନ୍ତ୍ର ଦିବସ ପାଳନରେ ଅନୁଷ୍ଠିତ ପ୍ୟାରେଡରେ ଚଳିତ ବର୍ଷ ୩୪ଟି ଟ୍ରୁପ୍ ସାମିଲ ହୋଇଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ରିଜର୍ବ ଇନଷ୍ପେକଟର କବିବର ଦେହୁରୀ ପରିଚାଳନା କରିଥିଲେ l ଜିଲ୍ଳାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟ କରି ପ୍ରଶଂସନୀୟ ହୋଇ ଜିଲ୍ଳାକୁ ଗୈାରବାନ୍ନିତ କରିଥିବା ବ୍ୟକ୍ତି ମାନଙ୍କୁ ପୁରସ୍କୃତ କରାଯାଇଥିଲା I ପ୍ରଜ୍ଞାପନ ମେଢ଼ ପାଇଁ ପ୍ରକଳ୍ପ ପ୍ରଶାସକ ଅlଇଟିଡ଼ିଏ, ବନଖଣ୍ଡ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଓ ଅlଞ୍ଚଳିକ ପରିବହନ ବିଭାଗକୁ ପୁରସ୍କୃତ କରାଯାଇଥିଲା l ସେହିପରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କାର ବିତରଣ କରାଯାଇଥିଲା । ସେହିପରି ବେଟି ବଚାଓ ବେଟି ପଢ଼ାଓର ୧୦ବର୍ଷ ପୂର୍ତ୍ତି ଉପଲକ୍ଷେ ୧୧ଜଣକୁ ପୁରସ୍କୃତ କରାଯାଇଥିଲାl ପରେ ସଦର ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ, ଜିଲ୍ଳା କାରାଗାର ଓ ସ୍ଥାନୀୟ ସେବା ସମାଜ ଅନାଥଶ୍ରମରେ ପୌର ପରିଷଦ ତରଫରୁ , ସୁଧାର ଗୃହରେ ସୁଦର୍ଶନ ପାଢ଼ୀଙ୍କ ପ୍ରଦତ୍ତ ଓ ବରିଷ୍ଠ ନାଗରିକ ସେବା ଗୃହ ଅନ୍ତେବାସୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଫଳ ଓ ମିଷ୍ଠାନ ବଣ୍ଟନ କରାଯାଇଥିଲା ।
ମୁଖ୍ୟ ଅତିଥି ଡଃ ମହାଲିଙ୍ଗ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟରେ ଏବଂ କୋଲନରା ଠାରେ ନୂତନ ମେଡିକାଲ ପାଇଁ ନୂତନ ଗୃହକୁ ଉଦଘାଟନ କରିଥିଲେl ଗଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ରାୟଗଡ଼ା ଅକ୍ଷୟ କୁମାର ଖେମୁଣ୍ତୁ, ଉପଜିଲ୍ଳାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ଅତିରିକ୍ତ ଏସ.ପି. ବିଷ୍ଣୁ ପ୍ରସାଦ ପାତ୍ର, ଏସଡିପିଓ ରଶ୍ମିରଂଜନ ସେନାପତି, ଜିଲ୍ଲା ବିଜେପି ସଭାପତି ଶିବ ପଟନାୟକ, ବରିଷ୍ଠ ବିଜେପି ନେତା କାଳୀରାମ ମାଝି, ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକାଙ୍କ ସମେତ ଅନ୍ୟlନ୍ୟ ଜିଲ୍ଳାସ୍ତରୀୟ ପ୍ରଶାସନିକ ଓ ପୋଲିସ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ରାୟଗଡ଼ାର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ । ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/01/27/17orauGTQT0Fmvu3FKBw.jpg)