ନୂଆଦିଲ୍ଲୀ: ଏଗଜିଟ୍ ପୋଲ ପରେ ଲୋକସଭା ନିର୍ବାଚନ ୨୦୧୯ର ଫଳାଫଳ ଆସିବାର ଏବେ କିଛି ଘଣ୍ଟା ବାକି ରହିଛି। ଏଥିପାଇଁ ଓଲଟା ଗଣତି ଆରମ୍ଭ ହୋଇଗଲାଣି। ଭାରତୀୟ ନିର୍ବାଚନ ଆୟୋଗ ମତଗଣନା ଓ ପରିଣାମ ଘୋଷଣା ପାଇଁ ମଇ ୨୩ ତାରିଖକୁ ନିର୍ଦ୍ଧାରିତ କରିଛନ୍ତି। ଏବେ ୨୪ଘଣ୍ଟାରୁ ଆହୁରି କମ୍ ସମୟ ବାକି ଅଛି।
ଗୁରୁବାର ଦେଶର ୫୪୩ଟି ଲୋକସଭା ସିଟ୍ରୁ ୫୪୨ପାଇଁ ମତଗଣନା ହେବ। କାରଣ ନିର୍ବାଚନ ଆୟୋଗ ତାମିଲନାଡୁ ବେଲ୍ଲୋର ଲୋକସଭା କ୍ଷେତ୍ରର ନିର୍ବାଚନ ରଦ୍ଧ କରି ଦେଇଥିଲେ। ଏମିତିରେ ଆପଣ ଭୋଟର ରେଜେଲ୍ଟ ପାଇବା ପାଇଁ ଏହି ଉପାୟ ଆପଣାନ୍ତୁ...
dreamstime.comଆପଣ ସ୍ମାର୍ଟଫୋନ୍ କିମ୍ବା ପିସିରେ କୌଣସି େଓ୍ଵବ ବ୍ରାଉଜରରୁ timesofindia.indiatimes.comରେ ଲଗ୍ ଇନ୍ କରି ପାରିବେ। ଏଠାରେ ଆପଣ ରିଏଲ ଟାଇମ୍ରେ ରେଜଲ୍ଟ ଦେଖି ପାରିବେ। ଏଥିସହିତ ଲାଇଭ ବ୍ଲଗ୍ ବି ଦେଖିବେ। ଏଠାରେ ଆପଣ ମତଗଣନା ସହିତ ଅପଡେଟସ୍ ପଢ଼ି ପାରିବେ। ସାଇଟ୍ରେ ଆପଣ ଲାଇଭ୍ ଅପଡେଟ ପାଇଁ ଡେସ୍କଟପ୍ରେ ଅଲର୍ଟସ୍କୁ ସବସ୍କ୍ରାଇବ୍ କରି ପାରିବେ।
The Diplomatଯଦି ଆପଣ ହିନ୍ଦୀରେ ଅପଡେଟ୍ ପାଇବା ପାଇଁ ଚାହୁଁଛନ୍ତି ତେବେ navbharattimes.indiatimes.comରେ ଲଗ-ଅନ କରିବେ। ଏଠାରେ ଆପଣଙ୍କୁ ରେଜଲ୍ଟ ଅପଡେଟସ୍ ବ୍ୟତୀତ ଲାଇଭ୍ ବ୍ଲଗର ଲିଙ୍କ ମିଳିବ, ଏଥିରେ ଆପଣ ହିନ୍ଦୀରେ ଲାଇଭ୍ ଅପଡେଟ ବି ପାଇ ପାରିବେ। ନୋଟିଫିକେସନ୍ ଅନ୍ କରିବା ଦ୍ୱାରା ଆପଣଙ୍କୁ ରେଜଲ୍ଟ ସହିତ ଜଡ଼ିତ ଅପଡେଟସ୍ ସମୟ-ସମୟରେ ମିଳିବ।
NDTV.comଆପଣ ଆଇଓଏସ୍ ଓ ଆଣ୍ଡ୍ରୋଏଡ ପାଇଁ ଟାଇମ୍ସ ଅଫ ଇଣ୍ଡିଆ କିମ୍ବା ନବଭାରତ ଟାଇମ୍ସ ମୋବାଇଲ ଆପ୍ ଡାଇନ୍ଲୋଡ କରି ପାରିବେ। ଆପ୍ରେ ନୋଟିଫିକେସନ୍ ଅନ୍ କରିବା ଦ୍ୱାରା ଆପଣଙ୍କୁ ରିଏଲ୍ ଟାଇମ୍ ଅପଡେଟ ମିଳିବ। ଏତଦ ବ୍ୟତୀତ ଆପଣ ଫେସ୍ବୁକ୍ ଓ ଟୁଇଟରରେ ଟାଇମ୍ସ ଅଫ ଇଣ୍ଡିଆ କିମ୍ବା ନବଭାରତ ଟାଇମ୍କୁ ଫଲୋ କରି ପାରିବେ
ନିର୍ବାଚନ ଆୟୋଗର ଅଫିସିଆଲ ସାଇଟ୍ରେ https://www.eci.gov.in/କୁ ଯାଇ ରେଜଲ୍ଟ ଦେଖି ପାରିବେ। ସ୍ମାର୍ଟଫୋନ୍ରେ ନିର୍ବାଚନ ଆୟୋଗର ଏକ ଆପ୍ ବି ରହିଛି। ଯେଉଁଥିରେ ନିର୍ବାଚନ ଫଳାଫଳ ଲାଇଭ୍ ଦେଖି ପାରିେ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/download-57.jpg)