ଘୁ.ଉଦୟଗିରି: ଆଜିବି ଆମ ସମାଜରେ ଏହିଭଳି ଶିକ୍ଷକ ଅଛନ୍ତି ଯିଏକି ଅବସର ପରେ ମଧ୍ୟ ଶିକ୍ଷାଦାନ ଜାରି ରଖିଛନ୍ତି। ଏହା ବି ପୁଣି ମାଗଣା। ବିଜ୍ଞାନ ଏବଂ ଗଣିତରେ ନିପୁଣ ଏହିଭଳି ଜଣେ ଶିକ୍ଷକ ହେଉଛନ୍ତି କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳର ଗର୍ବ ଏବଂ ଗୌରବ ଅବସରପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବଳରାମ ସାହୁ। ତାଙ୍କ ପାଖରେ ବିଜ୍ଞାନ ଏବଂ ଗଣିତ ଶିକ୍ଷାର ଗଭୀର ଜ୍ଞାନ ରହିଛି। ବିଭିନ୍ନ ଶିକ୍ଷଣୀୟ ସାମଗ୍ରୀ ବ୍ୟବହାର କରି ବିଜ୍ଞାନ ର ବିଭିନ୍ନ ଉପକରଣ ବ୍ୟବହାର କରି ପିଲାଙ୍କୁ ଜ୍ଞାନ ପ୍ରଦାନ କରିଚାଲିଛନ୍ତି।

Advertisment

କନ୍ଧମାଳ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟକୁ ଯାଇ ପ୍ରାକ୍ଟିକାଲ କରି ବିଜ୍ଞାନ ବିଷୟରେ ପିଲାଙ୍କୁ ଶିକ୍ଷା ଦାନ କରିଚାଲିଛନ୍ତି। ଅବସର ପରେ ମଧ୍ୟ ଥକି ନାହାନ୍ତି। ଆଜିବି ପିଲାଙ୍କ ପାଇଁ ପିଲାଙ୍କ ଶିକ୍ଷାର ବିକାଶ ପାଇଁ ଅହରହ ଉଦ୍ୟମ କରିଚାଲିଛନ୍ତି। ବିଦ୍ୟାଳୟ ମହାବିଦ୍ୟାଳୟରେ ଶିକ୍ଷାଦାନ ପରେ ଏବେ ମନ ବଳେଇ ଗରିବ ଅସହାୟ ଛାତ୍ରୀମାନଙ୍କୁ ବିଜ୍ଞାନ ଏବଂ ସହଜ ଗଣିତ ଜ୍ଞାନ ପ୍ରଦାନ କରୁଛନ୍ତି। ସ୍ଥାନୀୟ ସହରର ସୁଭଦ୍ରା ମହତାବ ସେବା ସଦନରେ ରୁହନ୍ତି ପ୍ରାୟ ଦୁଇ ଶହ ଛାତ୍ରୀ ଛୋଟରୁ ବଡ଼ ପର୍ଯ୍ୟନ୍ତ। ସମସ୍ତେ ପ୍ରାୟ ଅସହାୟ ଗରିବ। ସମସ୍ତେ ଏହି ସେବା ସଦନର ଅନ୍ତେବାସୀ ଅଟନ୍ତି।

ଶିକ୍ଷକ ବଳରାମ ସାହୁ ଅବସର ପରେ ମଧ୍ୟ ଥକି ନାହାନ୍ତି। ଆଜିବି ପିଲାଙ୍କ ପାଇଁ ପିଲାଙ୍କ ଶିକ୍ଷାର ବିକାଶ ପାଇଁ ଅହରହ ଉଦ୍ୟମ କରିଚାଲିଛନ୍ତି। ବିଦ୍ୟାଳୟ ମହାବିଦ୍ୟାଳୟରେ ଶିକ୍ଷାଦାନ ପରେ ଏବେ ମନ ବଳେଇ ଗରିବ ଅସହାୟ ଛାତ୍ରୀମାନଙ୍କୁ ବିଜ୍ଞାନ ଏବଂ ସହଜ ଗଣିତ ଜ୍ଞାନ ପ୍ରଦାନ କରୁଛନ୍ତି।

ଏଠି ରହି ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ପାଠ ପଢ଼ନ୍ତି। ଏହିଭଳି ଏକ ଅନୁଷ୍ଠାନରେ ଛୁଟି ଦିନରେ ବଳରାମ ସାର ପହଞ୍ଚି ସମସ୍ତ ଛାତ୍ରୀଙ୍କୁ ବିଜ୍ଞାନର ଉପଯୋଗିତା କିଭଳି ଏବଂ କଣ ପ୍ରୟୋଗ କରି ବିଜ୍ଞାନର ବିଭିନ୍ନ ବିଷୟ ଜାଣିପାରିବା ତାହା ପ୍ରାକ୍ଟିକାଲ ମାଧ୍ୟମରେ ପିଲାଙ୍କୁ ଦେଖେଇ ନିଜ ଶୈଳିରେ ଜ୍ଞାନ ପ୍ରଦାନ କରି ଏହି ସମାଜ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି। ବୟସ ଆଗରେ ତାଙ୍କ ଶିକ୍ଷାଦାନ ନିଶା ହାର ମାନିଛି। ବର୍ତ୍ତମାନ ସମୟରେ ବିଜ୍ଞାନ ଏବଂ ଗଣିତ ବିଷୟକୁ କଷ୍ଟ ବିଷୟ ବୋଲି ପିଲା ଧରିନେଇଛନ୍ତି ଏହି ଭ୍ରମକୁ କିଭଳି ଦୂର କରାଯିବ ଏବଂ ସହଜରେ ଛାତ୍ରଛାତ୍ରୀ ମାନେ ଶିକ୍ଷା ଗ୍ରହଣ କରି ପାରିବେ ସେଥି ନିମନ୍ତେ ବିଭିନ୍ନ ପଦାର୍ଥ, ଉପକରଣ, ବର୍ଜ୍ୟବସ୍ତୁକୁ ବ୍ୟବହାର କରି ତାର ନମୁନା ପ୍ରସ୍ତୁତ କରି ତାକୁ ଉପଯୋଗ କରି ବିଜ୍ଞାନ ସମ୍ୱନ୍ଧୀୟ ବିଷୟ ପୁଙ୍ଖାନୁପୁଙ୍ଖ ଭାବେ ପିଲାଙ୍କୁ ବୁଝାଇ ଶିକ୍ଷାଦାନ ଦେବା ଫଳରେ ପିଲା ଆଗାମୀ ଦିନରେ ଜଣେ ଜଣେ ଭଲ ବୈଜ୍ଞାନିକ ହୋଇ ଦେଶ ପାଇଁ କିଛି କରିପାରିବେ ବୋଲି ବଳରାମ ସାର କହିଛନ୍ତି।

ଏହାସହ ସମସ୍ତେ ଜ୍ଞାନ ଆହରଣ କରିବାର ଅଧିକାର ଅଛି ସେଇ ଲକ୍ଷ୍ୟରେ ମୋ ପାଖରେ ଥିବା ଜ୍ଞାନ କୁ ମୁଁ ପିଲାଙ୍କୁ ଦେଉଛି ପିଲାଙ୍କ ଭବିଷ୍ୟତ ଉଜ୍ଜ୍ବଳ ହେଲେ ମୁଁ ଖୁସି ହେବି।ବିଶେଷ ଭାବେ ଖୁସି ହେବି ଯେତେବେଳେ ଗରିବ ଅସହାୟ ଛାତ୍ରୀମାନେ ଜଣେ ଜଣେ ବୈଜ୍ଞାନିକ ହୋଇ ସମାଜରେ ପ୍ରତିଷ୍ଠିତ ହୋଇପାରିଲେ ମୋ ଶିକ୍ଷକ ଜୀବନ ସାର୍ଥକ ହୋଇପାରିବ।

ଏହି ଖବର ପଢ଼ନ୍ତୁ: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରାଯିବ