ରାଉରକେଲା: ଅଜଣା କାର୍‌ ଧକ୍କାରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସେକ୍ଟର-୬ ଜି ବ୍ଲକର ରାଜେନ୍ଦ୍ର ମହାରଣା। ସେକ୍ଟର-୭ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଗତକାଲି ରାତି ସାଢ଼େ ୮ଟାରେ ରାଜେନ୍ଦ୍ର ସାଂଧ୍ୟ ଭ୍ରମଣରେ ଚାଲି ଚାଲି ଘରକୁ ଫେରୁଥବଳେ। ଘରଠୁ ମାତ୍ର ୧୦୦ ମିଟର ଦୂର ଇସ୍ପାତ ଷ୍ଟାଡିୟମ ନିକଟରେ ଅଜଣା କାର୍‌ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଶିକ୍ଷକଙ୍କର ମୃତ୍ୟୁ ହୋଇଯାଇଥିଲା।