ଭୁବନେଶ୍ବର: ବିଦ୍ୟା ଭାରତୀ,ଶିକ୍ଷା ବିକାଶ ସମିତି, ଓଡ଼ିଶାର ଦୁଇ ବିଶିଷ୍ଟ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ପ୍ରାନ୍ତ ନିରୀକ୍ଷକ ପ୍ରସନ୍ନ କୁମର ବିଶ୍ଵାଳ ଏବଂ ରାଉରକେଲା ବିଭାଗ ନିରୀକ୍ଷକ ପ୍ରଦୀପ କୁମାର ମିଶ୍ର ସେବା କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। ସଂପୃକ୍ତ ସେବାବ୍ରତୀ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ଅବସରକାଳୀନ ସମ୍ବର୍ଦ୍ଧନା ସଭା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ବଡଗଡ ବ୍ରିଟ କଲୋନୀ, ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଥିଲା।
ସମ୍ବର୍ଦ୍ଧନା ସଭାରେ ବିଦ୍ୟା ଭାରତୀ ସଙ୍ଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତ, ବିଦ୍ୟା ଭାରତୀ, ପୂର୍ବ କ୍ଷେତ୍ରର ସଂଗଠନ ମନ୍ତ୍ରୀ ଆନନ୍ଦ ରାଓ ପରର୍ଦ୍ଧୀ, ପୂର୍ବ କ୍ଷେତ୍ରର କାର୍ଯ୍ୟକାରିଣୀ ସଦସ୍ୟ ଦିବାକର ଜୀ ଘୋଷ, ଶିକ୍ଷା ବିକାଶ ସମିତି, ଓଡ଼ିଶାର ଅଧ୍ୟକ୍ଷ ଡ଼ଃ କିଶୋର ଚନ୍ଦ୍ର ମହାନ୍ତି, ସମ୍ପାଦକ ଡଃ ସରୋଜ କୁମାର ହାତୀ, ସଙ୍ଗଠନ ମନ୍ତ୍ରୀ ତାରକଦାସ ସରକାର, କୋଷାଧ୍ୟକ୍ଷ ସତ୍ୟନାରାୟଣ ପଟ୍ଟନାୟକ ଆଦି ଉପସ୍ଥିତ ରହି ସମ୍ବର୍ଦ୍ଧନା ସଭାର ଭବ୍ୟତା ବଢ଼ାଇଥିଲେ। ପୂର୍ଣ୍ଣକାଳୀନ ଦ୍ଵୟଙ୍କ ସେବାକାଳର ବିଶେଷ ମୁହୂର୍ତ୍ତର ସ୍ମୃତି ଚାରଣ କରିଥିଲେ। ଏଥି ସହିତ ବିଦାୟୀ କାର୍ଯ୍ୟକର୍ତ୍ତା ପ୍ରସନ୍ନ କୁମର ବିଶ୍ଵାଳ ଏବଂ ପ୍ରଦୀପ କୁମାର ମିଶ୍ର ନିଜ ନିଜର ସେବାବ୍ରତୀ ଜୀବନର ଅନୁଭବ ବ୍ୟକ୍ତ କରିଥିଲେ।
ସମ୍ବର୍ଦ୍ଧନା ସଭାରେ ବିଦ୍ୟା ଭାରତୀ ସଙ୍ଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତ, ବିଦ୍ୟା ଭାରତୀ, ପୂର୍ବ କ୍ଷେତ୍ରର ସଂଗଠନ ମନ୍ତ୍ରୀ ଆନନ୍ଦ ରାଓ ପରର୍ଦ୍ଧୀ, ପୂର୍ବ କ୍ଷେତ୍ରର କାର୍ଯ୍ୟକାରିଣୀ ସଦସ୍ୟ ଦିବାକର ଜୀ ଘୋଷ, ଶିକ୍ଷା ବିକାଶ ସମିତି, ଓଡ଼ିଶାର ଅଧ୍ୟକ୍ଷ ଡ଼ଃ କିଶୋର ଚନ୍ଦ୍ର ମହାନ୍ତି, ସମ୍ପାଦକ ଡଃ ସରୋଜ କୁମାର ହାତୀ, ସଙ୍ଗଠନ ମନ୍ତ୍ରୀ ତାରକଦାସ ସରକାର, କୋଷାଧ୍ୟକ୍ଷ ସତ୍ୟନାରାୟଣ ପଟ୍ଟନାୟକ ଆଦି ଉପସ୍ଥିତ ରହି ସମ୍ବର୍ଦ୍ଧନା ସଭାର ଭବ୍ୟତା ବଢ଼ାଇଥିଲେ। ପୂର୍ଣ୍ଣକାଳୀନ ଦ୍ଵୟଙ୍କ ସେବାକାଳର ବିଶେଷ ମୁହୂର୍ତ୍ତର ସ୍ମୃତି ଚାରଣ କରିଥିଲେ। ଏଥି ସହିତ ବିଦାୟୀ କାର୍ଯ୍ୟକର୍ତ୍ତା ପ୍ରସନ୍ନ କୁମର ବିଶ୍ଵାଳ ଏବଂ ପ୍ରଦୀପ କୁମାର ମିଶ୍ର ନିଜ ନିଜର ସେବାବ୍ରତୀ ଜୀବନର ଅନୁଭବ ବ୍ୟକ୍ତ କରିଥିଲେ। ଏହି ସମାରୋହରେ ସମସ୍ତ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ଭାବାବେଗ ସହ ଉଭୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ