ଭୁବନେଶ୍ୱର: ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ରେଭିନ୍ୟୁ ଇନିସ୍ପେକ୍ଟର | କଟକଜିଲ୍ଲା କଖଡିର ଆରଆଇ ଜାନକୀ ରଞ୍ଜନ ମଲ୍ଲିକ ଆଜି ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି | ମିଳିଥିବା ସୂଚନା ମୁତାବକ ଏକ ଜମିର କିସମ ପରିବର୍ତ୍ତନ ବା ମ୍ୟୁଟେସନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ିବସିଥିଲେ | ସୂଚନା ନେବାରୁ ଜଣାପଡିଛି ଯେ ଜଣେ ଜମିମାଲିକ ତାଙ୍କ ଜମିର କିସମ ପରିବର୍ତ୍ତନ ପାଇଁ ଅନଲାଇନ ଆବେଦନ କରିଥିଲେ |
ଆଉ ଏହାପରେ ଆରଆଇ ଜମି ମାଲିକଙ୍କୁ ୨୦ ତାରିଖରେ ଆସି ଭେଟିବାକୁ କହିଥିଲେ | ଜମିମାଲିକ ଜଣକ ଆରଆଇଙ୍କୁ ଭେଟିବା ପରେ ସେ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ | ଜମିମାଲିକ ଜଣକ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି କହିବା ସହ ନିଜର ଅକ୍ଷମତା ପ୍ରକାଶ କରିଥିଲେ ଆରଆଇ ବାବୁ ଜଣକ ଏହା ଶୁଣିନଥିଲେ |
ଲାଞ୍ଚ ନ ଦେଲେ କାମ ହେବ ନାହିଁ ବୋଲି ସଫା ସଫା ଶୁଣାଇଦେଇଥିଲେ | ଏହାପରେ ଜମିମାଲିକ ଜଣକ ଆଉ କିଛି ଉପାୟ ନ ପାଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ | ଏହାପରେ ପୂର୍ବ ଯୋଜନା ମୁତାବକ ଆଜି ଜମି ମାଲିକ ଜଣକ ଲାଞ୍ଚ ଟଙ୍କା(କେମିକାଲ ମିଶା) ଟଙ୍କା ନେଇ ପହଂଚି ଆରଆଇଙ୍କୁ ଦେବାବେଳେ ଭିଜିଲାନ୍ସ ଅଧିକାରୀମାନେ ମାଡ଼ିବସିଥିଲେ | ବର୍ତ୍ତମାନ ଆରଆଇ ଜାନକୀଙ୍କ ଆଉ ତିନିଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2026/01/22/vigilance-2026-01-22-14-31-37.jpeg)