ଯାଜପୁର: ପୁଲିଂ ଷ୍ଟେସନ୍ ଭିତରେ ରିଗିଂ, ବାହାରେ ଉତ୍ତେଜନା । ଏଭଳି ଏକ ଅଭାବନୀୟ ଅଭିଯୋଗ ଆସିଛି ବରି ବିଧାନସଭା ଆସନର ୪ଟି ପୁଲିଂ ଷ୍ଟେସନରୁ । ପୁଲିଂ ଷ୍ଟେସନ୍ ନମ୍ବର ୧୫୮, ୧୬୨, ୧୬୩ ଏବଂ ୧୬୪ରେ ଖୁଲମଖୁଲା ରିଗିଂ ହେଉଥିବା ଅଭିଯୋଗ ହୋଇଛି ।
/sambad/media/post_attachments/wp-content/uploads/2019/04/Screen-Shot-2019-04-29-at-3.03.09-PM-724x1024.png)
ମେଦୁଆକୁଳ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ୧୫୮ ନମ୍ବର ପୁଲିଂ ଷ୍ଟେସନ୍, ବେନଜାରପୁର ଜେବି ସ୍କୁଲରେ ହୋଇଥିବା ୧୬୨ ନମ୍ବର ପୁଲିଂ ଷ୍ଟେସନ୍, ରାମପୁର ଏଲବି ନୋଡ଼ାଲ ସ୍କୁଲରେ ହୋଇଥିବା ୧୬୩ ନମ୍ବର ପୁଲିଂ ଷ୍ଟେସନ୍ ଏବଂ ସୁକଳା ନୋଡାଲ ସ୍କୁଲରେ ହୋଇଥିବା ୧୬୪ ପୁଲିଂ ଷ୍ଟେସନରେ ରିଗିଂ ହୋଇଥିବା ନେଇ ଅଭିଯୋଗ ହୋଇଛି ।
/sambad/media/post_attachments/wp-content/uploads/2019/04/Screen-Shot-2019-04-29-at-3.02.51-PM-725x1024.png)
ମୋବାଇଲ କ୍ୟାମେରାରେ କଏଦ ହୋଇଥିବା ଚିତ୍ରରୁ ଯାହା ସ୍ପଷ୍ଟ ଜଣାପଡୁଥିଲା- ପୁଲିଂ ଷ୍ଟେସନ୍ ବାହାରେ ଭୋଟର ଅପେକ୍ଷା କରି ରହିଛନ୍ତି । ଆଉ ଗେଟ୍ ବନ୍ଦ କରି ଭିତରେ କିଛି ଲୋକ ଜୋରଜବରଦସ୍ତ ପଶି ରିଗିଂ କରୁଥିବା ନେଇ ଅଭିଯୋଗ ହୋଇଛି । ଏହାକୁ ନେଇ ଏହି ୪ଟି ପୁଲିଂ ଷ୍ଟେସନରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ଏହି ୪ଟି ପୁଲିଂ ଷ୍ଟେସନର ଖୁଲମଖୁଲା ରିଗିଂ ହୋଇଇଥିବା ନେଇ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Bari-Booth_Thumbnail.jpg)