ରାଜକୋଟ୍: ରାଜକୋଟ୍ ଠାରେ ଚାଲିଥିବା ଭାରତ-େଓ୍ଵଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟରେ ପୃଥୀ ସଙ୍କ ପଦାର୍ପଣ ଟେଷ୍ଟ ଶତକ ଓ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକ (୮୬ରନ) ସହଯୋଗରେ ଭାରତ ପ୍ରଥମ ଦିନ ୪ ଓ୍ଵିକେଟ ହରାଇ ୩୬୪ ରନ୍ ସଂଗ୍ରହ କରିଥିଳା। ତେବେ ଅଧିନାୟକ ବିରାଟ କୋହଲି ଓ ଷ୍ଟାଇଲିସ ବ୍ୟାଟ୍ସମ୍ୟାନ ଋଷଭ ପନ୍ଥଙ୍କ ଯୋଡ଼ି ଏହି ରନ୍ ସ୍କୋରକୁ ଆଗକୁ ବଢ଼ାଇବା ସହିତ ପ୍ରଥମ ୧ ଘଣ୍ଟାର ଖେଳ ମଧ୍ୟରେ ଭାରତର ସ୍କୋରକୁ ୪ଶହ ରନ୍ ଉପରକୁ ନେଇଯାଇଛନ୍ତି। ଦିନିକିଆ ଷ୍ଟାଇଲରେ ଖେଳୁଥିବା ଋଷଭ ପନ୍ଥ ଅର୍ଦ୍ଧଶତ ହାସଲ କରିବା ସହିତ ବିରାଟ କୋହଲିଙ୍କ ସହିତ ମିଶି ୫ମ ଓ୍ଵିକେଟ ଯୋଡ଼ିରେ ୯୦ ରନ୍ର ପାର୍ଟନରସିପ କରିଛନ୍ତି। ଅଧିନାୟକ ବିରାଟ କୋହଲି ୯୦ ରନ୍ ସଂଗ୍ରହ କରି ଶତକର ନିକଟବର୍ତ୍ତୀ ହୋଇଥିବା ବେଳେ ଋଷଭ ପନ୍ଥ ୬ଟି ଚୌକା ଓ ୩ଟି ଛକା ସହିତ ୬୬ରନ କରି ଅପରାଜିତ ଅଛନ୍ତି। (ଭାରତ ସ୍କୋର: ୧୦୦ ଓଭର, ୪୨୮/୪)।
ରାଜକୋଟ ଟେଷ୍ଟ: ଋଷଭ ପନ୍ଥଙ୍କ ଅର୍ଦ୍ଧଶତକ ସହିତ ଭାରତର ସ୍କୋର ୪ଶହ ଟପିଲା
/sambad/media/post_attachments/wp-content/uploads/2018/10/Rajkote-Test_1_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)