ବଅଁରପାଳ: ଅନୁଗୁଳଜିଲ୍ଲା ବଅଁରପାଳ ବ୍ଲକ ବୁଢାପଙ୍କ ଦେଇ ଯାଇଥିବା ଦକ୍ଷିଣ ପାର୍ଶ୍ଵ ରାଇଟି କେନାଲ ରାସ୍ତାଟି ଅତି ଶୋଚନୀୟ ହୋଇ ପଡିରହିଛି l ରାସ୍ତାରେ ବଡ ଗାଡି କେନାଲ ରାସ୍ତାରେ ଯାତାୟତ କରିବା ନେଇ ନିଷେଧ କରାଯାଇଥିବାବେଳେ ସେହି ରାସ୍ତା ଦେଇ ଶହ ଶହ ଚୋରା ବାଲି ଗାଡି ମାଟି ଗାଡି ଯାଇ ରାସ୍ତାଟି ମରଣଯନ୍ତା ପାଲଟିଛି l ଟାଟା ଷ୍ଟିଲ ମେଟିରିଆଲ ଗେଟ ଏବଂ ଏନ ଏଚ ୫୫ ଠାରୁ ୧୪୯ ନମ୍ବର ଜାତୀୟ ରାଜପଥରେ ସଂଯୋଗ ହୋଇଛି l ଏହି ଦୀର୍ଘ ୮ କିଲୋମିଟର କଚ୍ଚାରାସ୍ତାକୁ ଜଳସେଚନ ବିଭାଗ ପକ୍ଷରୁ ମେଣ୍ଟାଲ ପକାଇ ଛାଡି ଦେଉଥିବାରୁ ଭାରୀଯାନ ପାଇଁ ସାଧାରଣ ଜନତା ହଇରାଣ ହରକତ ହେଉଛନ୍ତି l ରାସ୍ତାଟିକୁ ଭଲ ଭାବରେ ଢ଼ଳେଇ ରାସ୍ତାରେ ପରିଣତ କରାଯାଉ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଉଛି।
ଉକ୍ତ ରାସ୍ତାଟିକୁ ସବୁଦିନିଆ ଢ଼ଳେଇ ରାସ୍ତାରେ ପରିଣତ କରିବା ପାଇଁ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ଏଥିପ୍ରତି ଜଳସେଚନ ବିଭାଗର ଅଧିକାରୀ ଦୃଷ୍ଟି ଦେଇନାହାନ୍ତି । ଉକ୍ତ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ବର୍ଷବର୍ଷ ଧରି ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ପଞ୍ଚାୟତରେ ୮୦୦୦ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବାବେଳେ ସେମାନେ ଏହି ରାସ୍ତା ଦେଇ ଯାତାୟତ କରିବା ପାଇଁ ନାହିଁନଥିବା ହୀନସ୍ତା ହେଉଛନ୍ତି । ଏହି ରାସ୍ତାରେ ଥର୍ମାଲ, ଏନଟିପିସି, ଟାଟା ଷ୍ଟିଲ, ଜିଏମଆର, ନବ ଭାରତ ଶିଳ୍ପ ସଂସ୍ଥାକୁ ଦୈନନ୍ଦିନ ଶତାଧିକ ଲୋକମାନେ ଯାଇ କାମ କରିଥାନ୍ତି l
ଉକ୍ତ ରାସ୍ତାଟି ୧୪୯ ନମ୍ବର ଜାତୀୟ ରାଜପଥରୁ ୫୫ ନମ୍ବରରେ ସଂଯୋଗ ହୋଇଛି । ଏହା ଗ୍ରାମର ଏକମାତ୍ର ରାସ୍ତା ହୋଇଥିବାରୁ ଜରୁରିକାଳୀନ ପରିସ୍ଥିତିରେ ଏହି ରାସ୍ତା ଦେଇ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ଯାଆସ କରିପାରୁନଥିବାବେଳେ ବିଭିନ୍ନ ସ୍କୁଲର ଗାଡ଼ି ମଧ୍ୟ ଏହି ଗ୍ରାମକୁ ପ୍ରବେଶ କରିପାରୁନାହିଁ। ଫଳରେ ସ୍କୁଲ କଲେଜ ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ଯିବାକୁ ହଇରାଣ ହରକତ ହେଉଥିବାବେଳେ ରାସ୍ତା ଯୋଗୁଁ ଗ୍ରାମବାସୀ ସବୁବେଳେ ଚିନ୍ତାରେ ରହୁଥିବା ପ୍ରକାଶ କରିଛନ୍ତି। ତୁରନ୍ତ ଉକ୍ତ ରାସ୍ତାକୁ ଢ଼ଳେଇ ରାସ୍ତାରେ ପରିଣତ କରିବା ପାଇଁ ଗ୍ରାମବାସୀ ଜଳସେଚନ ବିଭାଗ ନିକଟରେ ଦାବି କରିଛନ୍ତି। ଏନେଇ ବିଭାଗର ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ୍ୟ ଯୋଗାଯୋଗ ହୋଇ ପାରିନଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/07/27/11489919-0e14-4219-8cdb-7e74dfb658e0-2025-07-27-20-40-34.jpg)